www.samajalive.in
Monday, December 8, 2025
24.1 C
Bhubaneswar

ବିଜେପିରେ ଯୋଗଦେଲେ ଏନସିପିର ୩ ବରିଷ୍ଠ ନେତା

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାବୀସଙ୍କ ଉପସ୍ଥିତିରେ ବୁଧବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୨ ପୂର୍ବତନ ବିଧାୟକଙ୍କ ସମେତ ୩ ଜଣ ବରିଷ୍ଠ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏନସିପିର ଏହି ୩ ନେତା ହେଲେ ଶିବେନ୍ଦ୍ର ରାଜେ ଭୋସାଲେ, ସନ୍ଦୀପ ନାୟକ ଏବଂ ଚିତ୍ରା ୱାଘ। ମଙ୍ଗଳବାର ଏନସିପି ବିଧାୟକ ବୈଭବ ପିଚଦ, ଶିବେନ୍ଦ୍ର ଏବଂ ସନ୍ଦୀପ ନାୟକ ବିଧାନସଭା ଓ ଦଳରୁ ଇସ୍ତଫା ଦେଇଥିଲେ। ସେମାନଙ୍କ ସହ କଂଗ୍ରେସ ବିଧାୟକ କାଳୀଦାସ ଲୋଲମ୍ବକାର ମଧ୍ୟ ବିଧାନସଭାରୁ ଇସ୍ତଫା ଦେଇଥିଲେ। ସେମାନେ ନିଜ ଇସ୍ତଫାପତ୍ର ରାଜ୍ୟ ବିଧାନ ଭବନରେ ବାଚସ୍ପତି ହରିଭାଉ ବାଗାଡେଙ୍କୁ ପ୍ରଦାନ କରିଥିଲେ।
ପ୍ରକାଶ ଯେ କାଳୀଦାସ କୋଲମ୍ବକାର ମୁମ୍ବଇରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଶିବେନ୍ଦ୍ର ରାଜେ ଭୋସାଲେ ୨୦୧୪ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରର ସତାରା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।
କିଛି ଦିନ ତଳେ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଜଳ ସମ୍ପଦ ମନ୍ତ୍ରୀ ଗିରୀଶ ମହାଜନ କହିଥିଲେ ଯେ କଂଗ୍ରେସ ଏବଂ ଏନସିପିର ୫୦ ବିଧାୟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି ଓ ଆମ ସମ୍ପର୍କର ଅଛନ୍ତି। ଜଳ ସମ୍ପଦ ମନ୍ତ୍ରୀଙ୍କ ଦାବି ଅନୁସାରେ ବିଜେପିରେ କଂଗ୍ରେସ ଏବଂ ଏନସିପି ନେତାଙ୍କ ଯୋଗଦାନ ପ୍ରକ୍ରିୟା ଜାରି ରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories