www.samajalive.in
Monday, December 8, 2025
13.1 C
Bhubaneswar

କୋରଏରିଆ ପଦ୍ମତୋଳରୁ ବିସ୍ଥାପିତ ହେବେ ୩ ପରିବାର

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣି ବନଖଣ୍ଡ ଅଧିନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୋରଏରିଆରେ ଥିବା ପଦ୍ମତୋଳା ଗ୍ରାମର ସମୁଦାୟ ୩ଟି ପରିବାରଙ୍କୁ ବିସ୍ଥାପିତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହି ପରୀପ୍ରେକ୍ଷୀରେ ଶନିବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର,ବୌଦ୍ଧ ପି.ଡି.ବବିତାରାଣୀ ଦଳବେହେରା,ବୌଦ୍ଧ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ,ବୌଦ୍ଧ ଡି.ଏଫ.ଓ ଯଶୋବନ୍ତ ସେଠୀ ,ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ପ୍ରମୁଖଙ୍କ ସହିତ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ପ୍ରମୁଖ ପଦ୍ମତୋଳା ପଂହଚି ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ପ୍ରସ୍ତାବ ଦେବା ସହିତ କୋର ଏରିଆରୁ ବିସ୍ଥାପିତ ହେଲେ ପ୍ରତ୍ୟେକ ପରିବାରକୁ ଦଶ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ସାଙ୍ଗକୁ ଘର,ପିଲାଙ୍କ ପାଠପଢା ସୁବିଧା ସହିତ ବିଜୁଳି ଆଲୁଅ, ଶୌଚାଳୟ ଏବଂ ଜୀବିକା ନିର୍ବାହ ପାଇଁ ଗାଈ,ଛେଳି ପାଳନ ଭଳି ଲୋଭନୀୟ ପ୍ରସ୍ତାବ ଦେଇଥିଲେ। ଏହା ସହିତ ସେମାନଙ୍କୁ ଏ ବିଷୟରେ ବୁଝାଇବା ସହିତ ଚିନ୍ତା କରିବାକୁ ମଧ୍ୟ ସମୟ ଦେଇଥିବା ଜଣାପଡିଛି।

ସୂଚନା ଥାଉ କି ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ସଦରମହକୁମାଠାରୁ ୧୫କିଲୋମିଟର ଦୂରରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପ କୋର ଏରିଆ ମଧ୍ୟରେ ପଦ୍ମତୋଳା ଗାଁ ରହିଛି। ଏହି ଗାଁରେ ମାତ୍ର ୩ଟି ଆଦିବାସୀ ପରିବାର ରହିଥିବା ଜଣାପଡିଛି। ପଦ୍ମତୋଳା ମଧ୍ୟରେ ରହିଥିବା ରହସ୍ୟମୟ ପୁଷ୍କରଣୀର ପୁନଃରୁଦ୍ଧାର କରାଯିବା ସହିତ ଏକ ଓାଚ ଟାଓର ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତାବ ରହିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories