www.samajalive.in
Sunday, December 7, 2025
16.1 C
Bhubaneswar

ଇଂଲଣ୍ଡ ଆଗରେ ୨୨୫ରନ୍‌ର ଟାର୍ଗେଟ୍‌ ରଖିଲା ଭାରତ

ଅହମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ପଞ୍ଚମ ଟି-୨୦ରେ ଭାରତ-ଇଂଲଣ୍ଡ ଆଗରେ ୨୨୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର ୨୨୪/୨ ହୋଇଥିବାବେଳେ ଓପନର ରୋହିତ୍‌ ଶର୍ମା ଓ ଅଧିନାୟକ ବିରାଟ କୋହିଲି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଆଜି ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାଟ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଇନିଂସ ଓପନ କରିଥିଲେ। ଏହି ମ୍ୟାଚ୍‌ରେ ଓପନର ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରୋହିତ ମାତ୍ର ୩୪ ବଲରେ ୬୪ ରନ କରିଥିଲେ। ଅପରପକ୍ଷରେ ଆଜି ବିରାଟ କୋହିଲି ଅଧିନାୟକ ଇନିଂସ ଖେଳି ସର୍ବାଧିକ ୮୦ ରନ (୫୨ ବଲ) କରିଥିଲେ । ସୂର୍ଯ୍ୟକୁମାର ଯାଦବ ୧୭ ବଲରେ ୩୨ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୯ ରନ କରିଥିଲେ। ଏହାଫଳରେ ଭାରତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୨୪ ରନ କରିଥିଲା । ଅପରପକ୍ଷରେ ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ
ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯାଉଛି । ସିରିଜ ଏବେ ୨-୨ରେ ବରାବର ଥିବାରୁ ଆଜିର ମ୍ୟାଚ ସିରିଜ ବିଜେତା ନିର୍ଣ୍ଣୟ କରିବ । ଫଳରେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ‘କର ବା ମର’ ମ୍ୟାଚରେ ପରିଣତ ହୋଇଛି। ଆଜିର ମ୍ୟାଚରେ କେ.ଏଲ.ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ବୋଲର ଟି.ନଟରାଜନଙ୍କୁ ଖେଳାଯାଉଛି। ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଇନିଂସ ଓପନ କରିବାର ସମ୍ଭାବନା ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories