www.samajalive.in
Thursday, December 11, 2025
18.1 C
Bhubaneswar

ତିନି କଏଦୀ କମ୍ବଳ କାଟି ତିଆରି କଲେ ରଶି- ପରେ ଜେଲର ବିଶାଳ କାନ୍ଥ ଡେଇଁ ହୋଇଗଲେ ଫେରାର

ଜୟପୁର – ରାଜସ୍ଥାନର ବାଂସବାଡା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଅପହରଣ , ଦୁଷ୍କର୍ମପରେ ଅପରାଧରେ ସାମିଲ୍‌ ତିନିଜଣ ବିଚାରଧୀନ କଏଦୀ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି । ଏହି କଏଦୀମାନେ କମ୍ବଳ କାଟି ସେଥିରୁ ଦଉଡି ବା ରଶି ପ୍ରସ୍ତୁତ କରିଥିଲେ । ପରେ ଜେଲ୍‌ର ସେମାନେ ରହୁଥିବା କାନ୍ଥକୁ କଣା କରିଥିଲେ । ଏଥିରେ ସେମାନେ ସଫଳ ହେବାପରେ ସେମାନେ ବାହାରକୁ ଆସିଥିଲେ । ପରେ ବିଶାଳ କାନ୍ଥକୁ ସେମାନେ କମ୍ବଳରେ ତିଆରି କରିଥିବା ରଶି ସାହାଯ୍ୟ ଡେଇଁ ଫେରାର ହୋଇଯାଇଥିଲେ ।

ଜେଲପୃର ମାନ ସିଂଙ୍କ ଅନୁସାରେ ଗତ କିଛି ଦିନ ତଲେ ଏହି କଏଦୀମାନଙ୍କୁ ଜେଲ୍‌କୁ ଅଣାଯାଇଥିଲା । ଏହାପରେ ତିନିଜଣ ଯାକ ଯୋଜନା କରି ସେମାନେ ରହୁଥିବା ବାରାକ୍‌ର ଏକ ଝରକା ତଳେ ଥିବା ପଥରକୁ ହଟାଇଥିଲେ । ଖାଇବା ପାଇଁ ବ୍ୟବହାର କରାଯାଉଥିବା ଷ୍ଟିଲ୍‌ ଥାଳିରେ ସେମାନେ ଏପରି କରିଥିଲେ ।
ରାତିରେ ପ୍ରାୟ ୨.୩୦ରୁ ୩ଟା ମଧ୍ୟରେ ସେମାନେ ଝରକା ତଳ ଦେଇ ଖସିବା ପରେ ପାଚୀରକୁ କମ୍ବଳରେ ତିଆରି କରିଥିବା ରଶି ସାହାଯ୍ୟରେ ଚଢିଥିଲେ । ପରେ ଏମାନେ ବାହାରକୁ ଚାଲିଯାଇଥିଲେ । ଏହାର ୩ ଘଣ୍ଟା ପରେ ଭୋର ୫ଟା୩୦ ସମୟରେ ଜେଲ୍‌ ପ୍ରଶାସନକୁ ଏ ବିଷୟରେ ସୂଚନା ମିଳିଥିଲା । ଏହି ବାରାକରେ ୪ ଜଣ ଥିଲେ । ମାତ୍ର ଜଣେ ସେମାନଙ୍କ ସହ ସାମିଲ ହୋଇ ନଥିଲା।

- Advertisement -

ଏହି ସୂଚନା ମିଳିଥିବା ପରେ ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିଥିଲା । ପୁଲିସ ବିଭିନ୍ନ ଟିମ୍‌ ଗଠନ କରି ଏମାନଙ୍କୁ ତଲାସ କରିବାରେ ଲାଗିଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories