www.samajalive.in
Monday, December 8, 2025
14.1 C
Bhubaneswar

ଏଥର ଦିଦିଙ୍କ ଖେଳ ଶେଷ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଖେଳ ହେବ’ ବୋଲି କହୁଥିବା ବେଳେ ବାସ୍ତବରେ ପଶ୍ଚିମବଙ୍ଗ ନନ୍ଦିଗ୍ରାମର ସମସ୍ତ ନାଗରିକ ସମେତ ରାଜ୍ୟର ସମବେତ ଜନତା ଦିଦିଙ୍କ ଖେଳ ଶେଷ କରିବା ପାଇଁ ମନ ବଳାଇ ସାରିଲେଣି ବୋଲି ନନ୍ଦିଗ୍ରାମରେ ଶୋଭାଯାତ୍ରା ଓ ନିର୍ବାଚନ ପ୍ରଚାର କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ଖେଳ ଶେଷ ହେବ। ନନ୍ଦିଗ୍ରାମରେ ବିଜେପିର ବିଜୟ ନିଶ୍ଚୟ ହେବ। ମମତା ଦିଦିଙ୍କ ଗୁଣ୍ଡାଗର୍ଦ୍ଦିର ଜବାବ ନନ୍ଦିଗ୍ରାମର ସାଧାରଣ ଜନତାମାନେ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

- Advertisement -

ନନ୍ଦିଗ୍ରାମରେ ବିଜେପି ଲୋକଙ୍କ ଅଧିକାର ପାଇଁ ନିର୍ବାଚନ ଲଢୁଛି। ଲୋକଙ୍କ ସେବା ଓ ବିକାଶ କାମ କରିବା ପାଇଁ ସରକାର ଗଠନ ହୋଇଥାଏ। ମାତ୍ର ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ଶାସନରେ ରାଜ୍ୟରେ ଦୁର୍ନୀତି, ଲୁଟ, କଟମନୀ ଓ ଅତ୍ୟାଚାର ବୃଦ୍ଧି ପାଇଛି। ଗୋଟିଏ ପଟେ ସାରା ଭାରତବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ବିକାଶ ତଥା ରୋଜଗାର ପାଇଁ ଉଦ୍ୟୋଗ, କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ପରିବାରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତମ ଚିକିତ୍ସା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ମାତ୍ର ମମତା ଦିଦିଙ୍କ ଶାସନରେ ଏହି ସବୁ ସୁବିଧାରୁ ପଶ୍ଚିମବଙ୍ଗବାସୀ ବଂଚିତ ଅଛନ୍ତି।

ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଚାଷୀ, ଶ୍ରମିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ କାମ କରୁଥିବା ବେଳେ ପଶ୍ଚିମବଙ୍ଗରେ ଦୀର୍ଘ ୧୦ ବର୍ଷ ଶାସନରେ ଲୋକମାନେ ଅବହେଳିତ ହୋଇଛନ୍ତି। ଏହି ସବୁର ହିସାର ପଶ୍ଚିମବଙ୍ଗର ଜନତା ଚଳିତ ସାଧାରଣ ନିର୍ବାଚନରେ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories