www.samajalive.in
Friday, December 5, 2025
23.1 C
Bhubaneswar

ଏଥର ଘରେ ବସି ହେବ ଆଧାର ଅପ୍‌ଡେଟ୍‌- ନୂଆ ଆପ୍‌ ସାହାଯ୍ୟରେ କରିପାରିବେ ଏହି କାମ

ନୂଆଦିଲ୍ଲୀ – ଆଧାର ଅପ୍‌ଡେଟ୍‌ କରିବା ପାଇଁ ପୂର୍ବରୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡୁଥିଲା । ମାତ୍ର ଏବେ  ଘରେ ବସି ଆଧାର ଅପ୍‌ଡେଟ୍‌ କରିପାରିବେ । (UIDAI) ନୂଆ ଆଧାର ଆପ୍‌ରେ ଏହି କାମ କରିପାରିବେ । ଏହି ଆପ୍ ନଭେମ୍ବର ୯ ତାରିଖରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍‌ ପ୍ଲାଟଫର୍ମରେ ଲଞ୍ଚ କରାଯାଇଛି। ବର୍ତ୍ତମାନ, ବ୍ୟବହାରକାରୀମାନେ ଏହି ଆପ୍ ମାଧ୍ୟମରେ ସେମାନଙ୍କର ମୋବାଇଲ୍ ନମ୍ବର ଆଧାର ଅପଡେଟ୍ କରିପାରିବେ। ଏଥିପାଇଁ ଓଟିପି ଏବଂ ଫେସ୍ ଅଥେଣ୍ଟିକେସନ୍ ବ୍ୟବହାର କରାଯିବ।

ୟୁଆଇଡିଏଆଇ (UIDAI) ନଭେମ୍ବର ୯ ତାରିଖରେ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ୍‌ ଆପ୍ ଷ୍ଟୋରରେ  ଏହି ଆପ୍‌କୁ ଲଞ୍ଚ୍‌  । ପୂର୍ବରୁ ମୋବାଇଲ୍‌ ନମ୍ବର ଆପ୍‌ଡେଟ୍‌ କରିବା ପାଇଁ ଆଧାର କେନ୍ଦ୍ରକୁ ଯିବା ପାଇଁ ପଡୁଥିଲା । ମାତ୍ର ଏହି ନୂଆ ବୈଶିଷ୍ଟ୍ୟ ପାଇଁ ବ୍ୟବହାରକାରୀମାନଙ୍କୁ ଏକ ନୂଆ ନମ୍ବର ଲିଙ୍କ୍ କରିବା ପାଇଁ ଏ  ଓଟିପି ଏବଂ ଫେସ୍ ଅଥେଣ୍ଟିକେସନ୍ ଦେବା ପାଇଁ ପଡିବ ।

- Advertisement -

ଏହି  ନୂଆ ଆପ୍‌ରେ   ଡିଜିଟାଲ୍ ପରିଚୟ ଦେଖିପାରିବେ  ଏହା ସହ  ସେମାନଙ୍କର ତଥ୍ୟକୁ ମଧ୍ୟ ଅପଡେଟ୍ କରିପାରିବ।  ପୂର୍ବରୁ ଏମ୍‌ ଆଧାର ଆପ୍‌ ବ୍ୟବହାର ହେଉଥିଲା । ଏବେ ମଧ୍ୟ ତାହା କାର୍ଯ୍ୟକ୍ଷମ ରହିଛି ।

ଏହା ଆଧାର କେନ୍ଦ୍ରକୁ ଯିବା ଏବଂ ଲମ୍ବା ଧାଡ଼ିରେ ଛିଡା ହେବାର ଅସୁବିଧା ଦୂର କରିବ। ମୋବାଇଲ୍ ଫୋନ୍ ନମ୍ବରଗୁଡ଼ିକୁ ଏବେ ଓଟିପି ଏବଂ ଫେସ୍ ଅଥେଣ୍ଟିକେସନ୍ ବ୍ୟବହାର କରି ଆଧାର ଆପ୍‌ରେ ଅପଡେଟ୍ କରାଯାଇପାରିବ ବୋଲି ୟୁଆଇଡିଏଆଇ ନିଜ ଏକ୍ସ ଆକାଉଣ୍ଟରେ ସୂଚନା  ଦେଇଛି ।

ନୂଆ ଆଧାର ଆପ୍ କିପରି ବ୍ୟବହାର କରିବେ?

ଆପଣଙ୍କ ଫୋନ୍‌ରେ ଏହି ଆପ୍‌ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରି ଇନ୍‌ଷ୍ଟାଲ୍‌ କରୁନ୍ତୁ

ତା’ପରେ ଆପଣଙ୍କର   ଭାଷା ଚୟନ କରନ୍ତୁ ଏବଂ ଆପଣଙ୍କର ୧୨-ଅଙ୍କ ବିଶିଷ୍ଟ ଆଧାର ନମ୍ବର  ଦିଅନ୍ତୁ

ଆପ୍ ଆପଣଙ୍କୁ ଆପଣଙ୍କର ଆଧାର-ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ଏକ ଏସ୍‌ଏମ୍‌ଏସ୍‌ ପଠାଇବା ପାଇଁ ଅନୁମତି ମାଗିବ

ଓଟିପି ଦେବା  ପରେ, ଆପଣଙ୍କୁ  ଫେସ୍‌ ଅଥେଣ୍ଟିକେସ୍‌ ପାଇଁ ଆପ୍‌ କହିବ

ଫେସ୍‌ ଅଥେଣ୍ଟିକେସ୍‌ କରିବା ପରେ, ୬-ଅଙ୍କ ବିଶିଷ୍ଟ ପାସୱାର୍ଡ ଆପଣ ସେଟ୍‌ କରନ୍ତୁ

ଚାରି କିମ୍ବା ଅଧିକ ପାସୱାର୍ଡ  ପାଇଁ ଏହି ପ୍ରକ୍ରିୟା ପୁନରାବୃତ୍ତି କରାଯାଇପାରିବ।

ଏଥିରେ ଲଗଇନ୍ କରିବାର ଆବଶ୍ୟକତା ନାହିଁ, ନୂତନ ଆଧାର ଆପ୍ ମାଧ୍ୟମରେ ମୋବାଇଲ୍ ନମ୍ବର ଅପଡେଟ୍ କରାଯାଇପାରିବ;

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories