www.samajalive.in
Thursday, December 11, 2025
18.1 C
Bhubaneswar

ସୋନିଆ, ରାହୁଲଙ୍କଠାରୁ ବି ଅଧିକ ଲୋକପ୍ରିୟ କଂଗ୍ରେସର ଏହି ନେତା

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କଠାରୁ ବି ଅଧିକ ଲୋକପ୍ରିୟ ହେଉଛନ୍ତି ତାଙ୍କ ଦଳର ଜଣେ ନେତା। ସେ ହେଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଦେଶର ଏକ ପ୍ରତିଷ୍ଠିତ ପ୍ରକାଶନ ଗ୍ରୁପ ପକ୍ଷରୁ ୧୦୦ କ୍ଷମତାଶାଳୀ ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହି ଦାବି କରାଯାଇଛି।

ତାଲିକାରେ କ୍ୟାପଟେନ ଅମରିନ୍ଦର ସିଂହ ୧୫ତମ ସ୍ଥାନରେ ଥିବାବେଳେ ସୋନିଆ ଗାନ୍ଧୀ ୩୪ ଏବଂ ରାହୁଲ ୩୯ତମ ସ୍ଥାନରେ ରହିଛନ୍ତି। ପ୍ରିୟଙ୍କା ଗାନ୍ଧୀ ୪୧ତମ ସ୍ଥାନରେ ଅଛନ୍ତି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ୟ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ୩ୟ ସ୍ଥାନରେ ରହିଛନ୍ତି।

- Advertisement -

କ୍ୟାପଟେନ ଅମରିନ୍ଦରଙ୍କ ବିଷୟରେ ସର୍ଭେରେ କୁହାଯାଇଛି ଯେ, କରୋନା ମହାମାରୀ ଏବଂ କୃଷକ ଆନ୍ଦୋଳନ ସମୟରେ ସେ ଅତ୍ୟନ୍ତ ଦୃଢ଼ତାର ସହିତ ରାଜ୍ୟର ନେତୃତ୍ଵ ନେଇଛନ୍ତି। ଏହା ବ୍ୟତୀତ ୨୦୨୧ ପାଇଁ ଜାରି ହୋଇଥିବା ଏହି ତାଲିକାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୪ର୍ଥ, ମୁକେଶ ଅମ୍ବାନୀ ୫ମ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୬ଷ୍ଠ, ଏନଏସଏ ଅଜିତ ଡୋଭାଲ ୭ମ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ୮ମ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୯ମ ସ୍ଥାନରେ ରହିଛନ୍ତି। ବିଶିଷ୍ଟ ଉଦ୍ୟୋଗୀ ଗୌତମ ଆଦାନୀ ୧୦ମ ସ୍ଥାନରେ ଅଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories