ଧନୁତୀର ନେଇ ଖେଳିବା ସମୟରେ ଏପରି ହେଲା….

ମାଲକାନଗିରି, : ଘରୁ ଧନୁତୀର ନେଇ ଖେଳିବା ସମୟରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଧୀନ ଆନ୍ଦାଗୁଡା ଗ୍ରାମରେ ଘଟିଛି। ଉକ୍ତ ଗ୍ରାମର ଜଗନ୍ନାଥ ପୂଜାରୀଙ୍କ ପୁଅ ନନ୍ଦ ପୂଜାରୀ (୯) ଘରେ ଥିବା ଏକ ଧନୁତୀର ଆଣି ବାହାରେ ଖେଳୁଥିଲେ। ସେ ଧନୁରେ ତୀର ଯୋଡିବା ସମୟରେ ଅସାବଧାନତାରୁ ତାଙ୍କ ନାକ ପୁଡ଼ାରେ ତୀର ପଶି ଯାଇଥିଲା।

 

ସେ ଚିତ୍କାର କରି କାନ୍ଦିବାରୁ ପରିବାର ଲୋ​‌େ​‌କ ତୀରକୁ କାଢ଼ିବା ପାଇଁ ଚେଷ୍ଟା କରିଥିଲେ। ତୀରର ତୀକ୍ଷ୍ଣ ଲୁହା ପାତଟି ନାକରୁ ବାହାରି ନ ଥିଲା। ପରିବାର ଲୋକ ନନ୍ଦଙ୍କୁ ମାଲକାନଗିରି ଜିଲା ଚିକିତ୍ସାଳୟରେ ରବିବାର ରାତିରେ ଭର୍ତ୍ତି କରିଥିଲେ। ବିଶେଶଜ୍ଞ ଡା. ସପନ କୁମାର ଧିଣ୍ଡା ଅ​‌େ​‌ସ୍ତ୍ରାପଚାର କରି ତୀରକୁ ବାହାର କରିଥିଲେ। ଏବେ ନାବାଳକ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି। ଦୁଇ ଦିନ ପରେ ସେ ଚିକିତ୍ସାଳୟରୁ ଘରକୁ ଯାଇପାରିବେ ବୋଲି ଡାକ୍ତର କହିଛନ୍ତି।

Comments are closed.