www.samajalive.in
Wednesday, December 10, 2025
26.1 C
Bhubaneswar

ଏସବୁ ସମୟରେ ତରଭୁଜ ଖାଇବା ହୋଇଥାଏ କ୍ଷତିକାରକ

ଖରାଦିନେ ଲୋକେ ଯେଉଁ ଫଳ ଅଧିକ ଖାଆନ୍ତି ତାହା ହେଉଛି ତରଭୁଜ। ଏହା ଖୁବ୍ ଗୁଣକାରୀ ମଧ୍ୟ। ହେଲେ ସବୁ ଖାଦ୍ୟ ଦ୍ରବ୍ୟ ପରି ତରଭୁଜ ଖାଇବାର ମଧ୍ୟ ଉଚିତ ସମୟ ବା ବିଧି ରହିଛି। ସେ ବିଷୟରେ ଅବଗତ ନହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଖାଲି ପେଟରେ ତରଭୁଜ ଖାଇବା ଆଦୌ ଉଚିତ ନୁହେଁ। ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ତରଭୁଜର ଉପକରୀ ଗୁଣ ଏବଂ କେଉଁ ସମୟରେ ଏହାକୁ ଖାଇବା ଉଚିତ ନୁହେଁ –

ତରଭୁଜ ଏଭଳି ଏକ ଫଳ ଯାହା ସବୁ ବୟସର ଲୋକେ ଖାଇ ପାରିବେ। ଯେଉଁ ମାନେ ଜକୃତ ଜନିତ ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ତରଭୁଜ ମହୌଷଧୀ ପରି ହୋଇଥାଏ। ତରଭୁଜକୁ ଜୁସ୍ କରି ପିଇଲେ ଏହା ସେମାନଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ସେହିପରି କିଡନୀ ଷ୍ଟୋନ ଜନିତ ସମସ୍ୟା ଭୋଗୁଥିବା ଲୋକେ ମଧ୍ୟ ଏହି ଜୁସ ପିଇଲେ ବିଶେଷ ଲାଭବାନ ହୋଇଥାଆନ୍ତି। ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ତରଭୁଜ ଲାଭଦାୟକ। ଯେଉଁମାନଙ୍କର ଆଣ୍ଠୁଗଣ୍ଠିରେ କଷ୍ଟ ହେଉଛି ସେମାନେ ତରଭୁଜ ନିଶ୍ଚତ ଖାଇବା ଦରକାର। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପ ସମସ୍ୟା ଭୋଗୁଛନ୍ତି ସେମାନେ ନିୟମିତ ତରଭୁଜ ଖାଇଲେ ଲାଭବାନ୍ ହୋଇଥାଆନ୍ତି।

- Advertisement -

ତେବେ ଖାଲିପେଟରେ କେବେବି ତରଭୁଜ ଖାଇବା ଉଚିତ ନୁହେଁ। ଭୋକିଲା ପେଟ ବା ଖାଲି ପେଟରେ ତରଭୁଜ ଖାଇଲେ ପେଟ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ଥାଏ। ଏପରିକି ଡାୟରିୟା ହେବାର ଆଶଙ୍କା ମଧ୍ୟ ଥାଏ। ମାତ୍ର ଯେଉଁମାନଙ୍କର ଶ୍ବାସ ରୋଗ ରହିଛି ସେମାନେ ତରଭୁଜ ଖାଇବା ଉଚିତ ନୁହେଁ। ଏହା ବ୍ୟତୀତ ରାତି ସମୟରେ ତରଭୁଜ ଖାଇବା ଉଚିତ ନୁହେଁ। ତରଭୁଜ ଖାଇବା ପରେ ପାଣି ପିଇବା କଥା ନୁହେଁ। ଏହା ଦ୍ବାରା ବାନ୍ତି ହେବାର ସମ୍ଭାବନା ଥାଏ। ସେହିପରି ଭାତ ଖାଇବା ପରେ ତରଭୁଜ ଖାଇବା ଉଚିତ ନୁହେଁ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories