www.samajalive.in
Monday, December 8, 2025
13.1 C
Bhubaneswar

ପାଓଭାଜି ପାଇଁ ଦେଇଦେଲେ ଆଇଫୋନ୍‌‌ ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବ..

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ଛୁଟି କାଟିବାକୁ ଗୋଆ ବୁଲିବା ପାଇଁ ଯିବାକୁ ଅଧିକ ପସନ୍ଦ କରିଥାଆନ୍ତି। ମାତ୍ର ଚିନ୍ତା କରନ୍ତୁ ବୁଲିବାକୁ ଯାଇଥିବେ, ଆପଣଙ୍କ ଦାମୀ ଜିନିଷ ଚୋରି ହୋଇଯିବ। ଏହାପରେ ନିରାଶ ଓ ହତାଶ ହେବା ସ୍ୱଭାବିକ। ଦିଲ୍ଲୀରୁ ଗୋଆ ବୁଲିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ସହ ଏପରି ହୋଇଛି। ମାତ୍ର ଘଟଣା ପରବର୍ତ୍ତି ସମୟରେ ଭିନ୍ନ ମୋଡ ନେଇଛି। ଆଶ୍ଚର୍ଯ୍ୟର କଥା ଦାମୀ ଆଇଫୋନ୍‌‌ର ବଦଳରେ ୧୦୦ରୁ ୧୫୦ ଟଙ୍କିଆ ଜିନିଷ କିଣିବା। ଯାହା ହେଉଛି ପାଓଭାଜି। ପାଓଭାଜି ବଦଳରେ ଚୋରଟି ଦୋକାନୀକୁ ଆଇଫୋନ୍‌‌ ଦେଇ ଦେଇଥିଲା।
ସୋସିଆଲ୍‌‌ ମିଡିଆରେ ଏହି ଘଟଣାଟି ସେୟାର କରିବା ପରେ ସଭିଏଁ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି। ଘଟଣା କ୍ରମେ, ଗୋଆରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫୋନ୍‌‌ ଚୋରି କରି ନେଇଥିଲେ। ଏହାପରେ ସେହି ବ୍ୟକ୍ତି ଜଣକୁ ଖୁବ୍‌‌ ଜୋରରେ ଭୋକ ଲାଗିବାରୁ ଏକ ଦୋକାନ ନିକଟରେ ଅଟକି ଥିଲା। ତା’ପାଖରେ ଟଙ୍କା ନଥିବାରୁ ପାଓଭାଜି ଖାଇବା ପାଇଁ ଏହା ବଦଳରେ ଆଇଫୋନ୍‌‌ ଦେଇଥିଲା।
ଏହାପରେ ଘଟଣା ଆଉ ଏକ ମୋଡ ନେଇଥିଲା। ସେହି ପାଓଭାଜି ଦୋକାନି ଆଇଫୋନ୍‌‌କୁ ଚାର୍ଜ କରିବା ପରେ ଫୋନ୍‌‌ ମାଲିକର କଲ୍‌‌ ଆସିଥିଲା। ସେ ଉତ୍ତର ଦେଇଥିଲା। ଏହାପରେ ଫୋନ୍‌‌କୁ ଅସଲି ମାଲିକ ଫେରି ପାଇଥିଲେ। ଚୋରି ହୋଇଥିବା ସ୍ଥାନରୁ ୬୦ କିଲୋମିଟର ଦୂରରେ ଫୋନ୍‌‌କୁ ପାଇଥିଲେ ମାଲିକ।
ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍‌‌ ହେବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। କେହି କେହି ଲେଖିଛନ୍ତି ପାଓଭାଜି ନିଶ୍ଚୟ ସ୍ୱାଦିଷ୍ଟ ହୋଇଥିବ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories