www.samajalive.in
Wednesday, December 10, 2025
18.1 C
Bhubaneswar

ଘରେ ନିଶ୍ଚିତ ରଖନ୍ତୁ ଏହି ୫ଟି ଜିନିଷ : ରହିବନି ଅର୍ଥାଭାବ, ବଜାୟ ରହିବ ସୁଖ-ଶାନ୍ତି

ବେଳେବେଳେ ଏପରି ହୁଏ ଯେତେ ଆୟ କଲେ ମଧ୍ୟ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଏହାସହ ବ୍ୟକ୍ତି ମାନସିକ ଚିନ୍ତାରେ ରହିବା ସହିତ ଘରେ ଅଶାନ୍ତି ଲାଗି ରହିଥାଏ। ହେଲେ ଆମେ ଏ ବିଷୟରେ ଅଜଣା ଥାଆନ୍ତି ଯେ ଏସବୁର କାରଣ ଘରର ବାସ୍ତୁ ଦୋଷ ହୋଇଥାଏ। ଘରେ କିଛି ବାସ୍ତୁ ଦୋଷ ରହିଲେ ବ୍ୟକ୍ତି ବିଭିନ୍ନ ପ୍ରକାରର ଆର୍ଥିକ ଏବଂ ମାନସିକ ସମସ୍ୟାକୁ ନେଇ ଚିନ୍ତିତ ରହିଥାଏ। ବାସ୍ତୁଦୋଷରୁ ମୁକ୍ତି ଏବଂ ଜୀବନରେ ସୁଖ-ସମୃଦ୍ଧି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ବିଷୟରେ କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ଏପରି ୫ଟ ଜିନିଷ ଅଛି ଯାହାକୁ ଘରେ ରଖିବା ଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇ ଅର୍ଥାଭାବ ଦୂର ହୋଇଥାଏ ଓ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ। ଚାଲନ୍ତୁ ଜାଣିବା ସେହ ୫ଟି ଜିନିଷ ବିଷୟରେ –

 

- Advertisement -

-ଘରୁ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ବଂଶୀ ଖୁବ ଉପଯୋଗୀ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ବଂଶୀ ରଖିବା ଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ।
-ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଏ। ସେ ଭକ୍ତଙ୍କ ସବୁ ସମସ୍ୟାକୁ ନିବାରଣ କରିଥାଆନ୍ତି। ଘରେ ନୃତ୍ୟ କରୁଥିବା ଗଣେଶଙ୍କ ମୂର୍ତ୍ତି ରଖିବା ଦ୍ବାରା ଆର୍ଥାଭାବ ଦୂର ହେବା ସହ ଘରେ ସୁଖ ଶାନ୍ତି ବଜାୟ ରହିଥାଏ।
-ମା’ ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ଆପଣଙ୍କ ଘରେ ନିଶ୍ଚିତ ଥିବ କିନ୍ତୁ ଧନ ବୃଦ୍ଧି ପାଇଁ ଲକ୍ଷ୍ମୀଙ୍କ ସହିତ ଘରେ କୁବେରଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିବା ଉଚିତ।
-ଶଙ୍ଖରେ ବାସ୍ତୁ ଦୋଷ ଦୂର କରିବାର ଅଦ୍ଭୁତ କ୍ଷମତା ରହିଛି। ଯେଉଁ ଘରେ ନିୟମିତ ଭାବେ ଶଙ୍ଖର ଧ୍ବନି ଶୁଭାଯାଏ ସେଠାକାର ଚତୁଃପାର୍ଶ୍ବର ପବନ ଶୁଦ୍ଧ ଏବଂ ସକରାତ୍ମକ ରହିଥାଏ। ଯଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହେ।
-ଶାସ୍ତ୍ରରେ ଗଙ୍ଗାଜଳକୁ ବହୁତ ପବିତ୍ର ବୋଲି କୁହାଯାଏ। ନକରାତ୍ମକ ଶକ୍ତିଙ୍କୁ ଦୂର କରିବା ପାଇଁ ଘରେ ଗଙ୍ଗାଜଳ ରଖିବା ନିହାତି ଆବଶ୍ୟକ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories