www.samajalive.in
Tuesday, December 9, 2025
15.1 C
Bhubaneswar

ଅବଦୁଲ୍ଲା ଓ ମୁଫତିଙ୍କୁ ଏବେ ବିଦାୟ ଦେବା ଉଚିତ – ପ୍ରଧାନମନ୍ତ୍ରୀ

କଠୱା: ଲୋକସଭା ନିର୍ବାଚନ ଅନ୍ତର୍ଗତ କଠୱାରେ ଆୟୋଜିତ ଏକ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀରର ଆଞ୍ଚଳିକ ରାଜନୈତିକ ଦଳଗୁଡିକର କଠୋର ସମାଲୋଚନା କରିଛନ୍ତି। ନେସନାଲ କନ୍ଫରେନ୍ସ ଏବଂ ପିଡିପିକୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ, ଏହି ଦଳ ଗୁଡିକ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି। କାଶ୍ମୀରରେ ଅନୁଛେଦ ୩୭୦ ଏବଂ ୩୫ଏ ଉଛେଦ ପାଇଁ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିର ସମାଲୋଚନା କରୁଥିବା ନେସନାଲ କନ୍ଫରେନ୍ସ ଏବଂ ପିଡିପିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେହି ଦୁଇଟି ପରିବାର ଜାମ୍ମୁ କାଶ୍ମୀରର ତିନୋଟି ପିଢ଼ିକୁ ସମାଜର ମୁଖ୍ୟ ସ୍ରୋତକୁ ଆସିବାକୁ ଦେଇନାହାନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସର ପାକିସ୍ତାନ ପ୍ରୀତି ବିଷୟ ଉଲ୍ଲେଖ କରିବା ଅବସରରେ କହିଛନ୍ତି ଯେ, ୨୦୧୪ ନିର୍ବାଚନ ତୁଳନାରେ ଏଥର ବିଜେପି କଂଗ୍ରେସ ଠାରୁ ଅଧିକ ତିନି ଗୁଣ ଆସନ ହାସଲ କରିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,”ଅବଦୁଲ୍ଲା ଓ ମୁଫତି ପରିବାରକୁ ମୁଁ କହିବାକୁ ଚାହୁଁଛି…ଇଏ ମୋଦୀ, କାହାକୁ ଡରେନି, କାହା ପାଖରେ ମୁଣ୍ଡ ନୁଆଁଏନି କି ବିକ୍ରି ହୁଏନି”।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories