www.samajalive.in
Thursday, December 11, 2025
16.1 C
Bhubaneswar

ମମତାଙ୍କ ଉପରେ ଆକ୍ରମଣ ହୋଇନି, ତାହା ଏକ ଦୁର୍ଘଟଣା ଥିଲା: ନିର୍ବାଚନ ଆୟୋଗ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଆକ୍ରମଣକୁ ନେଇ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବଙ୍କ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ରବିବାର ବୈଠକ ବସିଥିଲା। ବୈଠକ ପରେ ମମତାଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ନିର୍ବାଚନ ଆୟୋଗ ଖାରଜ କରିଛନ୍ତି। ନନ୍ଦୀଗ୍ରାମରେ ମମତାଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ, ଏହା ଏକ ଦୁର୍ଘଟଣା ଥିଲା ବୋଲି ଆୟୋଗ କହିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଲାଗିଥିବା ଆଘାତ ଏକ ଦୁର୍ଘଟଣା। ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଦେଇଥିବା ରିପୋର୍ଟରେ ଆକ୍ରମଣ କଥା ଉଲ୍ଲେଖ କରାଯାଇ ନ ଥିବାବେଳେ ଆଘାତର କାରଣ ମଧ୍ୟ ଦର୍ଶାଯାଇ ନାହିଁ। ଏହାକୁ ଆଧାର କରି ନିର୍ବାଚନ ଆୟୋଗ କହିଛନ୍ତି, ଏହା ଆକ୍ରମଣ ନୁହେଁ, ଏକ ଦୁର୍ଘଟଣା ଥିଲା।

- Advertisement -

ତେବେ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍‌ କରି କହିଛନ୍ତି, ଆମେ ନିର୍ଭୀକ ଭାବେ ଲଢ଼ି ଚାଲିବୁ। ମୋ କଷ୍ଟଠାରୁ ପଶ୍ଚିମବଙ୍ଗ ଲୋକଙ୍କ କଷ୍ଟ ଅଧିକ। ଏବେ ବି ମୁଁ ବହୁତ କଷ୍ଟ ଅନୁଭବ କରୁଛି, କିନ୍ତୁ ତା’ଠାରୁ ଅଧିକ ମୋତେ ନିଜ ଲୋକଙ୍କ କଷ୍ଟ ଅନୁଭବ ହେଉଛି। ନିଜ ରାଜ୍ୟର ସୁରକ୍ଷା ପାଇଁ ଲଢ଼େଇରେ ଆମକୁ ବହୁତ କ୍ଷତି ହୋଇଛି ଏବଂ ଆଗକୁ ବି ଆମେ ଯେକୌଣସି ପ୍ରକାର କଷ୍ଟ ସହିବାକୁ ପ୍ରସ୍ତୁତ ରହିଛୁ। କାହା ସାମ୍ନାରେ ଆମେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories