ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖାଯାଇଛି। ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବହୁ କଷ୍ଟରେ ଆୟତ୍ତ ହୋଇଥିବା ବେଳେ କେତେକ ସ୍ଥାନରେ ଏବେବି ନିଆଁ ଜଳୁଛି। ଏହି କ୍ରମରେ ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ରବିବାର ଦେଖିବାକୁ ମିଳିଛି। ପାହାଡ଼ର ଗଡ଼ଖୋର୍ଦ୍ଧା ପଟୁ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ିନାହିଁ।
Popular Categories



