www.samajalive.in
Thursday, December 11, 2025
18.1 C
Bhubaneswar

ଓଡିଆ ହେବାରେ ଗର୍ବ ଅନୁଭବ କରିପାରିଲେ ଓଡ଼ିଶା ଉନ୍ନତିର ଶୀର୍ଷରେ ପହଞ୍ଚି ପାରିବ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ନୂଆଦିଲ୍ଲୀ ବିଷୁବ ଆସର। ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ବରେ ଆୟୋଜିତ ‘ପଣା କବିତା ଓ ଗପସପ’ ଶୀର୍ଷକ ଏହି ସାରସ୍ବତ ଆସରକୁ ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ବିଶିଷ୍ଟ କବି ତଥା ପୂର୍ବତ୍ତନ ବୈଦେଶିକ ସଚିବ ଡ. ଅମରେନ୍ଦ୍ର ଖଟୁଆ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡ. ଖଟୁଆ ଓଡ଼ିଶାର ପ୍ରତ୍ୟକ ବ୍ୟକ୍ତି ଜଣେ ଓଡିଆ ହେବାରେ ଗର୍ବ ଅନୁଭବ କରିପାରିଲେ ଓଡ଼ିଶା ଉନ୍ନତିର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଓଡିଆ ଭାଷା ପ୍ରତି ଆଗାମୀ ପିଢିଙ୍କ ମଧ୍ୟରେ ଆବେଗ ଓ ପ୍ରତିବଦ୍ଧତା ବୃଦ୍ଧି କରିବା ସହିତ ପ୍ରବାସରେ ଆମ ସଂସ୍କୃତି ଓ ସାହିତ୍ୟ ପ୍ରତି ଭଲ ପାଇବା ବୃଦ୍ଧିକରିବାର ଉଦେଶ୍ୟରେ ଏହି ବିଷୁବ ଆସର ଆୟୋଜନ କରାଯାଇଥାଏ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ।

ଦେଶ ତଥା ଦେଶ ବାହାରୁ ଓଡିଆ ସାହିତ୍ୟର ଅଧିକାଂଶ ସୁପ୍ରତିଷ୍ଠିତ ଲୋକପ୍ରିୟ ଯୁବ ସାହିତ୍ୟିକ ମାନଙ୍କ ହୃଦୟସ୍ପର୍ଶୀ ଶବ୍ଦର ଯାଦୁକରୀ ସ୍ପର୍ଶରେ ଏହି ଅାଭାସୀ ଆସରଟି ଦୀର୍ଘ ଦୁଇ ଘଣ୍ଟା ତିରିଶ ମିନିଟ ପାଇଁ ଶତାଧିକ ଓଡିଆ ସାହିତ୍ୟ ଅନୁରାଗୀଙ୍କୁ ବାନ୍ଧି ରଖିଥିଲା। ବିଶିଷ୍ଟ ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀ ଓ କବୟତ୍ରୀ ବୀଣାପାଣି ପ୍ରଧାନଙ୍କ ଦ୍ବାରା ସଂଯୋଜିତ ଏହି ବିଷୁବ ଆସରରେ ଅନେକ ପ୍ରତିଷ୍ଠିତ ଓଡିଆ ଯୁବ ସାହିତ୍ୟିକ ଯୋଗଦେଇ ତାଙ୍କର ସ୍ବରଚିତ କବିତା ଓ ଗଳ୍ପ ପାଠକରି ଆସରକୁ ଅତ୍ୟନ୍ତ ଭାବମୟ ଓ ଚିତାକର୍ଷକ କରିଥିଲେଜ୍ଝ ସେମାନଙ୍କ ମଧ୍ୟରେ ଲୋକପ୍ରିୟ ଗାଳ୍ପିକା ସୁଲଗ୍ନା ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପ୍ରାପ୍ତ ଲେଖକ ଡଃ ସୂର୍ୟ୍ୟସ୍ନାତ ତ୍ରିପାଠୀ, ଦେବବ୍ରତ ଦାସ, ଭାରତୀ ଚକ୍ର, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ରାଜେଶ ପୂଜାରୀ, ପ୍ରାଚୀ ତାରା, ସୁଜିତ କୁମାର ପଣ୍ଡା, ସୌରଭ ରଞ୍ଜନ ମହାପାତ୍ର, ସୁଜିତ ଶତପଥୀ, ଜୟଦ୍ରଥ ସୁନା, ସଂଘମିତ୍ରା ରଥ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଶୁଭଶ୍ରୀ ମହାରଣା, ବିନେଶ ସାମଲ, ଭୁବନାନନ୍ଦ ଅଧିକାରୀ, ସର୍ବାଣୀ ପଟ୍ଟନାୟକ, ବିରଜା ମହାପାତ୍ର, ପାରମିତା ଷଡଙ୍ଗୀ, ରଶ୍ମୀରେଖା ବେହେରା ସମେତ ଅନେକ ପ୍ରତିଷ୍ଠିତ ଯୁବ ସାହିତ୍ୟିକ ଅଂଶଗ୍ରହଣ କରିଥିଲେ।
ପ୍ରାରମ୍ଭରେ ନୂଆଦିଲ୍ଲୀସ୍ଥିତ ସଙ୍ଗଠନର କାର୍ୟ୍ୟାଳୟରେ ପ୍ରଭୁ ଜଗନ୍ନାଥଙ୍କ ପୂଜା ଅର୍ଚନା ସହିତ ବେଲ ପଣା ପରିବେଷଣର ଅପୂର୍ବ ଦୃଶ୍ୟ ଜୁମ ପ୍ଲାଟଫର୍ମରେ ପ୍ରସାରଣ କରାଯାଇଥିଲା। ଏହି ସୁସଂଯୋଜିତ କାର୍ୟ୍ୟକ୍ରମକୁ ସ୍ମୃତି ରଞ୍ଜନ ମିଶ୍ର, ପଙ୍କଜମାଳା ଷଡଙ୍ଗୀ, ସ୍ମୃତିଧାରା ରାଉତ, ଗାର୍ଗି ରାଉତ, ଆର୍ୟ୍ୟାନ ରାଉତ, କ୍ଷିତିଶ ବେଦାନ୍ତ, ନଗେନ୍ଦ୍ର ନାଥ ସ୍ବାଇଁ, ଶ୍ୟାମାନୁଜ ଦାସ ତଥା ସଂଗଠନର ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories