www.samajalive.in
Thursday, December 11, 2025
16.1 C
Bhubaneswar

ହିଂସା ଛାଡି ବିକାଶ ପ୍ରକ୍ରିୟାରେ ଯୋଗଦେବାକୁ ମାଓବାଦୀଙ୍କୁ ପୁଲିସ ଡ଼ିଜିଙ୍କ ଆହ୍ୱାନ

ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ପୁଲିସ ମୁଖ୍ୟାଳୟ ପରିଦର୍ଶନ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି। ସେହରେ ସେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ମାଓବାଦୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ମାଓବାଦୀ ବିପଦକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଶଂସା କରିଛନ୍ତି। ହିଂସା ମାର୍ଗ ଛାଡି ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ଏହି ଅଞ୍ଚଳର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ସେ ପୁଣି ଥରେ ମାଓବାଦୀ କ୍ୟାଡରମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଶ୍ରୀ ଅଭୟ ସ୍ୱାଭିମାନ ଅଞ୍ଚଳର ଆନ୍ଦ୍ରହଲ, ହନ୍ତାଗୁଡା, ଜୋଡାମ୍ବୋ ଏବଂ ଗୁରୁସେତୁ ଠାରେ କମ୍ପାନୀ ଅପରେଟିଙ୍ଗ ବେସ (ସିଓବି) ସ୍ଥାପନ ଓ ଜୋଡମ୍ବୋରେ ପୁଲିସ ଷ୍ଟେସନ ସ୍ଥାପନ ନେଇ ମାଲକାନଗିରି ପୁଲିସର ପ୍ରଶଂସା କରିଛନ୍ତି। ସ୍ୱାଭିମାନ ଅଂଚଳରେ ବିକାଶ କାର୍ଯ୍ୟକୁ ସୁଗମ କରିବା ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିଥିବାରୁ ଡିଜିପି ସେମାନଙ୍କୁ ପ୍ରଶଂସା କରିଛନ୍ତି। ଆଜି ଡିଜିପି ମାଲକାନଗିରିର ଏମଭି-୨ରେ ନବ ନିର୍ମିତ ଏସଡ଼ିପିଓ କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିଛନ୍ତି। ସେହିଭଳି, କୋରାପୁଟ ଏବଂ କନ୍ଧମାଳରେ ସେ ସାମଗ୍ରିକ ପରିସ୍ଥିତି ଏବଂ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

- Advertisement -

ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ ମୁଖ୍ୟାଳୟ ଏଡିଜିପି, ପୁଲିସ ପରିଚାଳନା ଆଇଜିପି ଏବଂ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଏସପି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories