www.samajalive.in
Saturday, December 6, 2025
26.1 C
Bhubaneswar

ଦେଶ ପାଇଁ ଗର୍ବ, ୮ଟି ବେଳାଭୂମିକୁ ମିଳିଲା ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ପ୍ରମାଣପତ୍ର

ଓଡ଼ିଶାର ପୁରୀ ଗୋଲଡେନ ବିଚ ସାମିଲ
ଉପକୂଳ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଭାରତକୁ ତୃତୀୟ ପୁରସ୍କାର

- Advertisement -

ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି। ଦେଶପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ ବୋଲି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଯେଉଁ ବେଳାଭୂମିକୁ ବ୍ଲୁ ଫ୍ଲାଗ ସମ୍ମାନରେ ସମ୍ମାନିତ କରାଯାଇଛି ସେଗୁଡିକ ହେଉଛି ଶିବରାଜପୁର (ଦ୍ଵାରକା-ଗୁଜରାଟ), ଘୋଗଲା (ଡିଉ), କାଶରକୋଡ ଏବଂ ପଡୁବିଦ୍ରି (କର୍ଣ୍ଣାଟକ), କାପାଡ (କେରଳ), ରୁଷିକୋଣ୍ଡା (ଆନ୍ଧ୍ରପ୍ରଦେଶ), ଗୋଲ୍ଡେନ (ପୁରୀ-ଓଡିଶା) ଏବଂ ରାଧାନଗର (ଆଣ୍ଡାମାନ ନିକୋବର ଦୀପପୁଞ୍ଜ)। ଉପକୂଳ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଭାରତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ଦ୍ଵାରା ତୃତୀୟ ପୁରସ୍କାର ହାସଲ କରିଛି।


ଏକାବେଳେ ୮ଟି ବେଳାଭୂମି ବ୍ଲୁ ଫ୍ଲାଗ ସମ୍ମାନ ପାଇବା ଏକ ଅସାଧାରଣ କୃତିତ୍ଵ ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏକ ଟ୍ଵିଟ ଜରିଆରେ ପ୍ରକାଶ କରିବା ସହ ଏହା ଭାରତର ନିରନ୍ତର ବିକାଶ ଓ ସଂରକ୍ଷଣ ଦିଗରେ ଏକ ବିଶ୍ଵ ସ୍ୱୀକୃତି ବୋଲି କହିଛନ୍ତି। ଅନ୍ୟ ଏକ ଟ୍ଵିଟ ଜରିଆରେ ଜାଭଡେକର କହିଛନ୍ତି ଯେ, ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ପ୍ରଥମ ଦେଶ ଯିଏକି ଦୁଇ ବର୍ଷ ସମୟ ମଧ୍ୟରେ ଏଭଳି କୃତିତ୍ଵର ଅଧିକାରୀ ହୋଇପାରିଛି। ଏସିଆ ମହାଦେଶରୁ ଜାପାନ, ଦକ୍ଷିଣ କୋରିଆ ଏବଂ ୟୁଏଇ କେବଳ ଏହି ବ୍ଲୁ ଫ୍ଲାଗ ବେଳାଭୂମି ପୁରସ୍କାର ପାଇଛନ୍ତି, ତେବେ ସେମାନେ ୫ରୁ ୬ ବର୍ଷ ମଧ୍ୟରେ ଏହା ହାସଲ କରିଥିଲେ। ଭାରତ ବର୍ତ୍ତମାନ ବିଶ୍ଵର ୫୦ଟି ବ୍ଲୁ ଫ୍ଲାଗ ଦେଶ ମଧ୍ୟରେ ସାମିଲ ହୋଇପାରିଛି ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ୧୦୦ଟି ବେଳାଭୂମିକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।

ଦେଶ ୨୦୧୮ରେ ଏହି ବୃହତ ବେଳାଭୂମି ପ୍ରକଳ୍ପ ବିକାଶ କାର୍ଯ୍ୟ ହାତକୁ ନେଇଥିଲା ଏବଂ ଚଳିତ ବର୍ଷର ପର୍ଯ୍ୟଟନ ଋତୁ ପୂର୍ବରୁ ୮ଟି ବେଳାଭୂମି ପାଇଁ ପ୍ରମାଣପତ୍ର ହାସଲ କରିପାରିଛି। ଏସଆଇସିଓଏମ, ଏମଓଇଏଫସିସି ଦେଶର ଉପକୂଳ ଅଞ୍ଚଳରେ ନିରନ୍ତର ବିକାଶ ପାଇଁ ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟବୃଦ୍ଧି ପରିଚାଳନା (ବିମ୍ସ), ସମନ୍ଵିତ ବେଳାଭୂମି ଅଞ୍ଚଳ ପରିଚାଳନା ପ୍ରକଳ୍ପ (ଆଇସିଜେଡଏମ) ଅଧୀନରେ କରାଯାଇଥିଲା। ଅନ୍ତର୍ଜାତୀୟ ପରିବେଶ ଛାପ ଥିବା ବ୍ଲୁ ଫ୍ଲାଗ ସମ୍ମାନ ପାଇବା ଉଦ୍ଦେଶ୍ୟରେ ଏହି ପରିକଳ୍ପନା କରାଯାଇଥିଲା। ଡେନମାର୍କର ପରିବେଶ ଶିକ୍ଷା ପ୍ରତିଷ୍ଠାନ (ଏଫଇଇ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ବେଳାଭୂମି ଓ ଏହାର ଜଳରାଶିକୁ ପ୍ରଦୂଷଣରୁ ରକ୍ଷା କରିବା, ବେଳାଭୂମିରେ ଥିବା ସୁବିଧା ସୁଯୋଗଗୁଡିକର ନିରନ୍ତର ବିକାଶ, ବେଳାଭୂମି ପରିବେଶ ଓ ପ୍ରାକୃତିକ ସମ୍ପଦରାଜିର ସୁରକ୍ଷା ହେଉଛି ବିମ୍ସ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ଏହାର ସୁରକ୍ଷା ଦାୟିତ୍ଵରେ ଥିବା ସ୍ଥାନୀୟ କର୍ତ୍ତୃପକ୍ଷ ଓ ଅଂଶୀଦାରମାନଙ୍କୁ ସଫାସୁତୁରା, ନିରାପତ୍ତା ନେଇ ସଚେତନ କରାଇବା ଓ ପର୍ଯ୍ୟଟକମାନଙ୍କୁ ବେଳାଭୂମି ପର୍ଯ୍ୟଟନର ଆଇନକାନୁନ ସମ୍ପର୍କରେ ଅବଗତ କରାଇବା ମଧ୍ୟ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ବେଳାଭୂମି ପର୍ଯ୍ୟଟନକୁ ଉତ୍ସାହିତ କରିବା ସହ ପ୍ରକୃତିର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥାଏ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories