www.samajalive.in
Sunday, December 7, 2025
26.1 C
Bhubaneswar

‘ଲାଏ ଡ଼ିଟେକ୍ସନ ଟେଷ୍ଟ’ ପରେ ହତ୍ୟାକାରୀକୁ ଗିରଫ କଲା ପୁଲିସ

ଠାକୁରମୁଣ୍ଡା ମୟୁରଭଞ୍ଜ ଜିଲ୍ଲା ମହୁଲଡିହି ଥାନା ଅନ୍ତର୍ଗତ ଧାତକିଡ଼ିହା କଲୋନୀ ସାହିର କଲେଜ ଛାତ୍ରୀ ସୁନୟନାଙ୍କୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଘଟଣାର ୪୫ ଦିନ ପରେ ପର୍ଦ୍ଦାଫାଶ ହୋଇଛି। ‘ଲାଏ ଡ଼ିଟେକ୍ସନ ଟେଷ୍ଟ’ ପରେ ମହୁଲଡିହା ଥାନା ପୋଲିସ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି। ଯୁବତୀଙ୍କ ଘରକୁ ଅଧିକାଂଶ ସମୟରେ ଯିବା ଆସିବା କରୁଥିବା ସେହି ଗ୍ରାମର ବିବାହିତ ଯୁବକ ଜ୍ୟୋତି ରାମ ପଥୁରିଆ ଘରେ କେହି ନଥିବାର ସୁଯୋଗ ନେଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ କଥା ପ୍ରଘଟ ହେବା ଭୟରେ ଯୁବତୀଙ୍କୁ ଅତି ନିର୍ମମ ଭାବରେ ଟାଙ୍ଗିଆ ହାଣି ହତ୍ୟା କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମହୁଲଡିହା ଥାନା ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଏହି ଘଟଣାରେ ମହୁଲଡିହା ଥାନାରେ କେଶ ନମ୍ବର ୩୮/୨୦୨୦ ଦଫା ୩୭୬,୩୦୨ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ମହୁଲଡିହା ପୁଲିସ ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଯେ, ଗତ ଜୁଲାଇ ୨ ତାରିଖ ସୁନୟନାର ବାପା ଓ ମା ସାତକୋଶିଆ ସାପ୍ତାହିକ ହାଟ କୁ ଯାଇଥିବା ସମୟରେ ଘରେ କେବଳ ତାଙ୍କର ଏକମାତ୍ର ଝିଅ ରହିଥିଲେ। ବାପା ଓ ମା ହାଟରୁ ଫେରି ଘର ଭିତରେ ଝିଅର ରକ୍ତ ଜୁଡୁବୁଡୁ ଶରୀର ପଡିଥିବା ଦେଖି ସଙ୍ଗେ ସଙ୍ଗେ ଏକ ଓଟୋ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ବାପା ହତ୍ୟାକାଣ୍ଡ ସମ୍ପର୍କରେ ମହୁଲଡିହା ଥାନାରେ ଜଣାଇବା ପରେ ପୁଲିସ ଘଟଣା ସ୍ଥଳକୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଥିଲେ। ହତ୍ୟାକାରୀ ଧରା ନ ପଡିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ହତ୍ୟାକାରିକୁ ଗିରଫ କରିବା ପାଇଁ ଦାବୀ ଜୋର ଧରିଥିଲା। ପୁଲିସ ଏହି ଘଟଣାରେ ସନ୍ଦେହ କରି ୩ ଜଣକୁ ତଦନ୍ତ ପରିସରକୁ ଆଣି ପଚରା ଉଚରା କରିଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଯଶିପୁର ଆଇଆଇସି ରଞ୍ଜନ କୁମାର ସେଠୀଙ୍କୁ ତଦନ୍ତ ଭାର ଦିଆଯାଇଥିଲା। କରଞ୍ଜିଆ ଏସ୍‌ଡିପିଓ ନାରାୟଣ ନାୟକ, ମହୁଲଡିହା ଥାନା ଅଧିକାରୀ ଶଶଧର ସେଠୀ ଏହି ତଦନ୍ତରେ ସହଯୋଗ କରିଥିଲେ। ସୁନୟନାର ଶବ ବ୍ୟବଚ୍ଛେଦ ରିପୋର୍ଟରେ ବଳାତ୍କାର ପରେ ହତ୍ୟା ହୋଇଥିବା ନେଇ ରିପୋର୍ଟ ଆସିବା ପରେ ପୁଲିସର ସନ୍ଦେହ ଘେରରେ ଥିବା ଜ୍ୟୋତିରାମଙ୍କୁ ‘ଲାଏ ଡିଟେକସନ ଟେଷ୍ଟ’ ନିମନ୍ତେ ଗତ ୧୨ ତାରିଖ ଦିନ ଭୁବନେଶ୍ୱରକୁ ନେଇଥିଲେ। ‘ଲାଏ ଡିଟେକସନ ଟେଷ୍ଟ’ ପରେ ପୁଲିସ ସୁରାକ ପାଇ ତଦନ୍ତ କରିଥିଲା। ସୁନୟନା ସହିତ ମୋବାଇଲରେ କଥା ହୋଇ ନଥିବା କଥା ଜ୍ୟୋତିରାମ କହିଥିବା ବେଳେ ମୋବାଇଲ କଲ ରେକର୍ଡରୁ ୧୨୦ ଦିନରେ ୧୦୮ ଥର ସୁନାୟନା ସହିତ କଥା ହୋଇ ଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଜ୍ୟୋତିରାମ୍‌କୁ ଜେରା କରିଥିଲା ପୁଲିସ। ଜେରା ସମୟରେ ଜ୍ୟୋତିରାମ୍‌ ଦୁଷ୍କର୍ମ ଓ ହତ୍ୟାକାଣ୍ଡ କରିଥିବା ସ୍ବୀକାର କରିଥିଲା। ସୁନୟନାକୁ ଟାଙ୍ଗିଆରେ ହତ୍ୟା ପରେ ନିକଟରେ ଥିବା ନାଳରେ ଜ୍ୟୋତିରାମ ଧୋଇ ହୋଇ ଘରକୁ ପଳାଇ ଯାଇ ଟାଙ୍ଗିଆ କୁ ଘରେ ନେଇ ରଖି ଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories