www.samajalive.in
Saturday, December 6, 2025
26.1 C
Bhubaneswar

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଠାକୁରମୁଣ୍ଡା: ଠାକୁରମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ଘୋଷ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା କମିଟିର ସଭାପତି ତଥା କରଞ୍ଜିଆ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ କମିଟିର ସମ୍ପାଦକ ବସନ୍ତ କୁମାର ପୈବର୍ତ୍ତୀଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରଥ ନିର୍ମାଣର ଅଗ୍ରଗତି ଓ କୋଭିଡ ସମୟରେ ରଥଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ରଥ ଯାତ୍ରା କିପରି ସୁରୁଖୁରୁରେ ଶେଷ ହେବ ସେ ନେଇ ଆଲୋଚନା ହୋଇଥିଲା।
ରଥ ଯାତ୍ରା ଦିନ ପ୍ରତିବର୍ଷ ରଥ କମିଟିର ସଭାପତି ତଥା କରଞ୍ଜିଆ ଉପଜିଲ୍ଲାପାଳ ଛେରା ପହଁରା ନୀତି କରିଆସୁଥିବା ବେଳେ ଚଳିତ ବର୍ଷ ଉପଜିଲ୍ଲାପାଳ ଛେରା ପହଁରା କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ନେଇ ଆଲୋଚନା ହୋଇଥିଲା। ଚଳିତ ବର୍ଷ କମିଟି ର ସମ୍ପାଦକ ବସନ୍ତ କୁମାର ପୈବର୍ତ୍ତୀ ରଥ ସମୟରେ ଛେରା ପହଁରା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ରଥ କମିଟିର ସଦସ୍ୟ ରବୀନ୍ଦ୍ର ତ୍ରିପାଠୀ, ଦିଲ୍ଲୀପ ସିଂହ୍ନ, ରମେଶ ଦାସ,ପଦ୍ମଲୋଚନ ନନ୍ଦ,ଅଜୟ କୁମାର ରାମ,ସମିତି ସଭ୍ୟ ଅଜୟ କୁମାର ପଲେଇ ,କ୍ଷୀତିଶ ଦାଶ, ବିକ୍ରମ ଦତ୍ତ,  କୁନା ମହାନ୍ତ, ବାବୁନା ସେନାପତି , ଗଣମାଧ୍ୟମର ପ୍ରତିନିଧି, ପୂଜକ ସମେତ  ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories