www.samajalive.in
Friday, December 5, 2025
26.1 C
Bhubaneswar

ବାରାହା ଆକ୍ରମଣରେ ୨ଶ୍ରମିକ ଗୁରୁତର, ଜଣେ ଚାଷୀ ଆହତ 

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ଓ ସାତକୋଶିଆ ବନାଞ୍ଚଳ ଜରକ ପଞ୍ଚାୟତ ଖୁଦିଶିଳା ଗ୍ରାମ ଜଙ୍ଗଲ ଏବଂ ଜରକ ଗ୍ରାମ ଜଙ୍ଗଲ ନିକଟରେ ମଙ୍ଗଳବାର ସକାଳେ ପୃଥକ ପୃଥକ ସ୍ଥାନରେ ଏକ ବାରାହା ଆକ୍ରମଣ କରି ୨ ଜଣ ଶ୍ରମିକଙ୍କୁ ଗୁରୁତର ଆହତ କରିଥିବା ବେଳେ ଜଣେ ଚାଷୀଙ୍କୁ ଆହତ କରିଥିବା ଜଣାପଡ଼ିଛି। ଆକ୍ରମଣରେ ଶିକାର ହୋଇ ଥିବା ସମସ୍ତଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଜରକ ଗ୍ରାମର ସିଙ୍ଗରାୟ ହେମ୍ବ୍ରମ ନିଜ ଘର ନିକଟ ଆମ୍ବ ବଗିଚାରେ ସକାଳ ପ୍ରାୟ ୭ ଟା ସମୟରେ ହଳ କରୁଥିବା ବେଳେ ଜଙ୍ଗଲରୁ ଏକ ବରହା ଅତର୍କିତ ଭାବରେ ଆସି ତାଙ୍କ ମୁହଁକୁ ଆକ୍ରମଣ କରି ପରେ ଜଙ୍ଗଲ ଆଡକୁ ପଳାଇ ଯାଇଥିଲା। ପରେ ଖୁଦିଶିଳା ଗ୍ରାମ ନିକଟ ସାଳନ୍ଦୀ ନଦୀ କୁଳକୁ ଶୌଚ ହେବାକୁ ଆସିଥିବା ୨ଜଣ ଝାରଖଣ୍ଡ ରାଜ୍ୟର ଶ୍ରମିକକୁ ସେହି ବାରାହାଟି ଆକ୍ରମଣ କରିଥିଲା। ଫଳରେ ୨ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଥିବା ଦୁଇ ଜଣ ଶ୍ରମିକ ହେଲେ ସୁରେନ୍ଦ୍ର ତୁରୀ (୪୦) ଓ ଯୋଗଦୀଶ ଠାକୁର(୫୦)।  ସେମାନେ ଝାରଖଣ୍ଡ ରାଜ୍ୟର ଗିରିଡି ଜିଲା ସୁରିଆ ଥାନା ଅଞ୍ଚଳରୁ ଆସି କାମ କରୁଥିବାର ଜଣାଯାଇଛି। ଆକ୍ରମଣରେ ଆହତ ଜରକ ଗ୍ରାମର ସିଙ୍ଗରାୟକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅଟୋ ଯୋଗେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିବା ବେଳେ ଖୁଦିଶିଳା ଗ୍ରାମରୁ ଗୁରୁତର ୨ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଜଗଦିଶ ଠାକୁରଙ୍କ ଦେହ, ହାତ, ଗୋଡ଼କୁ କାମୁଡି ଗଭୀର କ୍ଷତ କରିଦେଇଥିବାରୁ ରକ୍ତ ସ୍ରାବ ପ୍ରବଳ ହଇଥିବା ଯୋଗୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ତେବେ ଉଭୟଙ୍କ ଅଧିକ ଚିକିତ୍ସା ନିମନ୍ତେ କରଞ୍ଜିଆ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

- Advertisement -

 

 

 

 

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories