www.samajalive.in
Saturday, December 6, 2025
26.1 C
Bhubaneswar

ଟମାଟୋ ଚାଷ କରି ୪୦ ଦିନରେ ହେଲେ କୋଟିପତି

ହାଇଦ୍ରାବାଦ : ଦେଶରେ ଟମାଟୋର ମୂଲ୍ୟ ସଭିଁଙ୍କ ଚିନ୍ତା ବଢାଇ ଦେଇଛି। ଏହାର ମୂଲ୍ୟ ଅନେକ ସହରରେ କିଲୋ ପିଛା ୨୦୦ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଛି। ଗୋଟିଏ ପଟେ ଲୋକେ ମହାଙ୍ଗା ମାଡ ପାଇଁ ଚିନ୍ତିତ ଥିବା ବେଳେ ଅନ୍ୟପଟେ ଟମାଟୋର ମୂଲ୍ୟ ବୃଦ୍ଧି ତେଲେଙ୍ଗାନାର ଜଣେ ଚାଷୀଙ୍କୁ କୋଟିପତି କରିଛି। ତେଲେଙ୍ଗାନାର ମେଡକ ଜିଲ୍ଲାର ମହିପାଲ ରେଡ୍ଡୀ ଗତ ୪୦ ଦିନ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କା ରୋଜଗାର କରିଛନ୍ତି। ମହିପାଲ ରେଡ୍ଡୀ ୮ ଏକର ଜମିରେ ଟମାଟୋ ଚାଷ କରିଥିଲେ।
ଏକ ଗଣମାଧ୍ୟମ ଜରିଆରେ କଥାବାର୍ତ୍ତା କରି ରେଡ୍ଡୀ କହିଛନ୍ତି ,ଗତ ବର୍ଷ ବହୁ କ୍ଷତି ସହିବା ପରେ ଅଧିକାଂଶ ଚାଷୀ ଚଳିତ ବର୍ଷ ଟମାଟୋ ଚାଷ କରିନଥିଲେ। କିନ୍ତୁ ସେ ସାହସ କଲେ। ଏପ୍ରିଲ ଶେଷରେ ସେମାନେ ଫସଲ ବୁଣନ୍ତି, ଉତ୍ତାପରୁ ରକ୍ଷା ପାଇବା ପାଇଁ ଛାଇ ଜାଲ ବ୍ୟବହାର କରନ୍ତି ଏବଂ ଜୁନ୍ ମଧ୍ୟଭାଗରେ ଅମଳ ଆରମ୍ଭ କରନ୍ତି । ମହିପାଲଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇ ମହିପାଲ ଏବଂ ତାଙ୍କ ପତ୍ନୀ ଅତ୍ୟନ୍ତ ଆନନ୍ଦିତ ହୋଇ କହିଛନ୍ତି, ଆଦର୍ଶ କୃଷକ ରାଜ୍ୟକୁ ଗର୍ବିତ କରିଛନ୍ତି ଏବଂ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଅଟେ।
ସୂଚନାଯୋଗ୍ୟ, ଜୁନ୍-ଜୁଲାଇରେ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ହେବାର ଏକ ପ୍ରମୁଖ କାରଣ ହେଉଛି ଆନ୍ଧ୍ରପ୍ରଦେଶର ମଦନପଲ୍ଲେ ଏବଂ କର୍ଣ୍ଣାଟକର କୋଲାରରେ ଫସଲ ଉତ୍ପାଦନ ହ୍ରାସ ପାଇଥିଲା। ଏଠାରେ ପ୍ରଚୁର ଟମାଟୋ ଉତ୍ପାଦନ ହୁଏ ଯାହା ପ୍ରାୟ ୧୦ ଟି ରାଜ୍ୟକୁ ଟମାଟୋ ଯୋଗାଇଥାଏ। ବର୍ଷା ଯୋଗୁଁ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୃଷକ ମହିପାଲ ରେଡ୍ଡୀ କହିଛନ୍ତି ,ଯଦି ବର୍ଷା ବ୍ୟାଘାତ ନହୁଏ ତେବେ ସେ ଟମାଟୋ ବିକ୍ରୟରୁ ଏକ କୋଟି ଟଙ୍କା ଲାଭ କରିପାରିବେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories