www.samajalive.in
Saturday, December 6, 2025
26.1 C
Bhubaneswar

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ

ହାଇଦ୍ରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ରେବାନ୍ତ ରେଡ୍ଡୀ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦରେ ରାଜ୍ୟପାଳ ଟି ସୌନ୍ଦରରାଜନ ରେବାନ୍ତଙ୍କୁ ଶପଥ ପାଠ କରାଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଭାବେ ଭଟି ବିକ୍ରମାର୍କା ଶପଥ ନେଇଛନ୍ତି। ତାଙ୍କ ସହ କଂଗ୍ରେସର ଅନ୍ୟ ୧୦ ଜଣ ନେତା ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ଏହାପୂର୍ବରୁ, ଡିସେମ୍ବର ୩ରେ ଅନୁଷ୍ଠିତ ଚାରୋଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳରେ ତେଲଙ୍ଗାନାରେ କଂଗ୍ରେସ ବିଜୟ ହାସଲ କରିଥିଲା। କଂଗ୍ରେସ ୬୪ ଟି ଆସନ ଜିତିଥିବାବେଳେ ବିଆରଏସ ୩୯ ଟି ସିଟ୍ ଜିତିଥିଲା। ଆଠଟି ଆସନରେ ବିଜେପି  ​​ଏବଂ ଏଆଇଏମ୍ଆଇଏମ୍ ଛଅଟି ଆସନରେ ଜିତିଥିଲା। ସିପିଆଇ ଗୋଟିଏ ଆସନ ଜିତିଥିଲା। ନଭେମ୍ବର ୩୦ରେ ରାଜ୍ୟର ୧୧୯ ସିଟ୍ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories