www.samajalive.in
Wednesday, December 10, 2025
16.1 C
Bhubaneswar

ମୁଁ ନିଖୋଜ ହୋଇନାହିଁ, ଗଣମାଧ୍ୟମ ନିଖୋଜ ହୋଇଯାଇଛି : ତେଜପ୍ରତାପ

ବାରଣାସୀ : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରଦାପ ଯାଦବ ବୋଧଗୟାରେ ନିଖୋଜ ହୋଇଥିବା ଖବର ମିଳିବା ପରେ ଗଣମାଧ୍ୟମରେ ଏହି ଘଟଣାର ଚର୍ଚ୍ଚା ଜୋର ଧରିଥିଲା। ପିତା ଲାଲୁଙ୍କୁ ଦେଖାକରିବା ପରେ ତେଜପ୍ରତାପ ରାଜଧାନୀ ପାଟନା ଫେରୁଥିବା ସମୟରେ ବୋଧଗୟାରେ ରାତ୍ରିଯାପନ କରିଥିଲେ। ପରେ ମଙ୍ଗଳବାର ତେଜପ୍ରତାପ ନିଜର ଅଙ୍ଗରକ୍ଷୀ ମାନଙ୍କୁ ନ କହି ବାରଣାସୀ ପଳାଇ ଆସିଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ବାରଣାସୀରେ ବିଶ୍ୱନାଥ ମନ୍ଦିର ଆସିଥିବା ଜଣାପଡିଛି। ତେଜପ୍ରତାପ ବୃନ୍ଦାବନ ଯାଇଥିବା ଚର୍ଚ୍ଚାକୁ ନେଇ ତେଜପ୍ରତାପ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି କୌଣସି ବ୍ୟକ୍ତିଗତ କାମ ପାଇଁ ସମସ୍ତଙ୍କୁ କହିବା ଆବଶ୍ୟକ ମନେ କରୁନାହିଁ। ମୁଁ ନିଖୋଜ ହୋଇନାହିଁ ବରଂ ଗଣମାଧ୍ୟମ ନିଖୋଜ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଗତ ଗୁରୁବାର ତେଜପ୍ରତାପ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାପାଇଁ କୋର୍ଟରେ ଆବେଦନ କରିଥିଲେ। ଯାହାକୁ ନେଇ ତେଜପ୍ରତାପ କିଛିଦିନ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି।
ସୂଚନାଯୋଗ୍ୟ ଯେ ତେଜପ୍ରତାପ ପିତା ଲାଲୁଙ୍କ କଥା ନ ମାନିବା ପ୍ରଶ୍ନକୁ ନେଇ ତେଜପ୍ରତାପ କହିଥିଲେ, ବାପା ମୋ କଥା କଣ ମାନୁଥିଲେ, ମୁଁ ତାଙ୍କ କଥା ମାନିବି? ମୋ ପରିବାରର ସମସ୍ତ ସଦସ୍ୟ ଐଶ୍ୱର୍ଯ୍ୟାଙ୍କ ସପକ୍ଷରେ ରହିଛନ୍ତି ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories