www.samajalive.in
Saturday, December 6, 2025
26.1 C
Bhubaneswar

ନୀତିଶକୁମାରଙ୍କ ସହ ହାତ ମିଳାଇଲେ ଲାଲୁ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ

ପାଟନା: ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ରାଜନୀତି ସରଗରମ ହୋଇଛି । ଦିନକ ତଳେ ନୀତିଶକୁମାର ନେତୃତ୍ବାଧୀନ ଜେଡ଼ିୟୁରୁ ବହିଷ୍କୃତ ଜଣେ ମନ୍ତ୍ରୀ ଲାଲୁ ଯାଦବଙ୍କ ଦଳ ଆରଜେଡ଼ିରେ ସାମିଲ ହୋଇଥିବାବେଳେ ଆଜି ଲାଲୁ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ  ଓ ଅନ୍ୟ ୨ ଜଣ ବିଧାୟକ ଆରଜେଡ଼ି ଛାଡ଼ି ଜେଡ଼ିୟୁରେ ସାମିଲ ହେବାକୁ ଘୋଷଣା କରିଛନ୍ତି।

ଚନ୍ଦ୍ରିକା ରାୟ ହେଉଛନ୍ତି ଛପ୍ରା ଜିଲାର ପରସା ବିଧାନସଭା କ୍ଷେତ୍ରର ବିଧାୟକ । ଲାଲୁଙ୍କ ପୁଅ ତେଜପ୍ରତାପ ଯାଦବ ହେଉଛନ୍ତି ତାଙ୍କର ଜ୍ବାଇଁ । ତେଜପ୍ରତାପ ଓ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ରହିଛି ଓ ତାହା ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଛି ।  ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ତାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଐଶ୍ବର୍ଯ୍ୟା ଅଭିଯୋଗ କରିବା ସହ ଲାଲୁଙ୍କ ପରିବାର ଛାଡ଼ି ଦେଇଥିଲେ ଓ ଏହାପରେ ବାପା ଚନ୍ଦ୍ରିକା ରାୟ ଦଳରୁ ଇସ୍ତଫା ଦେଇଥିଲେ । ସେହିପରି ଚନ୍ଦ୍ରିକାଙ୍କ ସହ ଜେଡ଼ିୟୁରେ ସାମିଲ ହେବା ନିମନ୍ତେ ପାଲିଗଞ୍ଜ କ୍ଷେତ୍ରର ବିଧାୟକ ଜୟବର୍ଧନ ଯାଦବ ଓ କେୱଟିର ଫରାଜ ଫାତମୀ ମଧ୍ୟ ଘୋଷଣା କରିଛନ୍ତି । ଜୟବର୍ଦ୍ଧନ ଓ ଫରାଜଙ୍କୁ ଦୁଇଦିନ ତଳେ ଆରଜେଡ଼ିରୁ ବହିଷ୍କାର କରାଯାଇଥିଲା । ଫରାଜ ଆରଜେଡ଼ିର ପୂର୍ବତନ ସାଂସଦ ତଥା ଲାଲୁଙ୍କ ଘନିଷ୍ଠ କୁହାଯାଉଥିବା ଅସରଫ ଅଲ୍ଲୀଙ୍କ ପୁଅ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories