www.samajalive.in
Tuesday, December 9, 2025
17.1 C
Bhubaneswar

ତେଇସିପୁରରେ ‘ଗୋପବନ୍ଧୁ ଜ୍ୟୋତି’କୁ ସମ୍ବର୍ଦ୍ଧନା

ପିପିଲି : ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷମାନଙ୍କ ମଧ୍ୟରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ। ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ ସଭ୍ୟ, କବିି ତଥା ସାମ୍ବାଦିକତା ଜଗତର ମଉଡମଣି। ଯେତେ ଉପାଧି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ସେ କେବଳ ଉତ୍କଳର ମଣି ନଥିଲେ ବାସ୍ତବରେ ସେ ଥିଲେ ବିଶ୍ୱର ମଣି। ତାଙ୍କର ପ୍ରତି କବିତାରେ ବିଶ୍ୱ ଭାବନାର ଚିତ୍ର ପ୍ରତିଫଳିତ। ତେଣୁ ବିଳମ୍ବ ହେଲେ ମଧ୍ୟ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ହୋଇଛି। ‘ସମାଜ’ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’କୁ ତେଇସିପୁର ଠାରେ ସ୍ୱାଗତ କରାଯିବା ଅବସରରେ ଗୋପବନ୍ଧୁପ୍ରେମୀ ମାନେ ଏହି ଦାବି କରିଛନ୍ତି।
ତେଇସିପୁର ବଜାର ସ୍ଥିତ ପୋଡଙ୍ଗ ଛକ ଠାରେ ‘ଗୋପବନ୍ଧୁ ଜ୍ୟୋତି’କୁ ଘଣ୍ଟୁଆ ନୃତ୍ୟ ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ସ୍ୱାଗତ କରାଯିବା ସହ ଉଚ୍ଛତ୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେଇସିପୁର ପଞ୍ଚାୟତର ସମିତିସଭ୍ୟ ତଥା ପିପିଲି ବ୍ଲକ ‘ଆତ୍ମା’ କମିଟିର ଅଧ୍ୟକ୍ଷ ଯୁବନେତା ଧରଣୀଧର ସାହୁ, ସମାଜସେବୀ ଫଗୁଭୂଷଣ ପରିଡା, ସାମ୍ବାଦିକ ବିଜୟ କୁମାର ମହାପାତ୍ର, ଜିତେନ୍ଦ୍ର ବରାଳ, ଜିତେନ୍ଦ୍ର କୁମାର ରଥ, ଜମ୍ବେଶ୍ୱର ସେନାପତି, କାଳନ୍ଦୀ ପ୍ରଧାନଙ୍କ ସମେତ ବହୁ ଗୋପବନ୍ଧୁପ୍ରେମୀ ‘ଗୋପବନ୍ଧୁ ଜ୍ୟୋତି’କୁ ଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଯୁବନେତା ଧରଣୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଯୋଗଦେଇଥିବା ଅତିଥିମାନେ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ରଖିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories