www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତର ସାମରିକ ଶକ୍ତି ବୃଦ୍ଧିରେ ପାକିସ୍ତାନ ଭୟଭୀତ, ଜାତିସଂଘରେ କଲା ଅଭିଯୋଗ

ନୂଆଦିଲ୍ଲୀ : ଭାରତର ସାମରିକ ଶକ୍ତି ବୃଦ୍ଧିକୁ ନେଇ ପାକିସ୍ତାନ ଭୟଭୀତ ହୋଇଯାଇଛି। ଫଳରେ ପାକିସ୍ତାନ ଏନେଇ ମିଳିତ ଜାତିସଂଘରେ ଅଭିଯୋଗ କରିଛି। ଭାରତର ସାମରିକ ଶକ୍ତି ବୃଦ୍ଧି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ବୋଲି ପାକିସ୍ତାନ କହିଛି। ଏହା ଯୋଗୁଁ ଆଞ୍ଚଳିକ ଭାରସାମ୍ୟ ବିଗିଡ଼ିବ ବୋଲି ପାକିସ୍ତାନ ଆଶଙ୍କା ବ୍ୟକ୍ତ କରିଛି।
ଆମେରିକା ଏବଂ ରୁଷ ନାମ ନନେଇ ମିଳିତ ଜାତିସଂଘରେ ପାକିସ୍ତାନର ପ୍ରତିନିଧି ତଥା ସଚିବ ଜାହାନଜିବ ଖାନ କହିଛନ୍ତି ଯେ ଦକ୍ଷିଣ ଏସିଆରେ ଏକ ଦେଶର ସାମରିକ ଖର୍ଚ୍ଚ ବହୁ ମାତ୍ରାରେ ବୃଦ୍ଧି ପାଇଛି ଓ ବଡ଼ ବଡ଼ ଦେଶରୁ ଅସ୍ତ୍ର କିଣୁଛି। ଏହା ଦକ୍ଷିଣ ଏସିଆର ସାମରିକ ଭାରସାମ୍ୟକୁ ବିଗାଡୁଛି। ସଂକୀର୍ଣ୍ଣ ସାମରିକ, ରାଜନୈତିକ ଏବଂ ବ୍ୟବସାୟିକ ବିଚାରଧାରା ଆଧାରରେ ଦକ୍ଷିଣ ଏସିଆ ପାଇଁ ଦୋହରା ମାନକ ନୀତିକୁ ତ୍ୟାଗ କରିବା ଆବଶ୍ୟକ। ମିଳିତ ଜାତିସଂଘରେ ସୋମବାର ଆୟୋଜିତ ନିରସ୍ତ୍ରିକରଣ ମହାସଭା ସମିତି ଆଲୋଚନାରେ ପାକିସ୍ତାନ ପ୍ରତିନିଧି ଏହା କହିଥିଲେ।
ଆତଙ୍କବାଦର ଜନକ ଭାବେ ବଦନାମ ହୋଇସାରିଥିବା ପାକିସ୍ତାନ ବିଶ୍ୱ ମଞ୍ଚରେ ନିଜ ଛବି ସୁଧାରିବାକୁ ପୁଣିଥରେ ଶାନ୍ତି ମନ୍ତ୍ରର ଗାନ କରିଛି। ଶାନ୍ତି ପାଇଁ ଦକ୍ଷିଣ ଏସିଆର ସନ୍ତୁଳନ ନ ବଗାଡ଼ିବାକୁ ଅନୁରୋଧ କରିଛି। ଏହାସହ ପାକିସ୍ତାନ ପ୍ରତିନିଧି ଆମେରିକା ଦ୍ୱାରା ପାକିସ୍ତାନ ପାଇଁ ସାମରିକ ସହାୟତା ବନ୍ଦ କରାଯିବାକୁ ନେଇ ଦୁଃଖ ବ୍ୟକ୍ତ କରିଥିଲେ। ପରୋକ୍ଷରେ ଭାରତକୁ ଆମେରିକା ଓ ରୁଷ ଭଳି ଦେଶ ଅସ୍ତ୍ର ନ ବିକିବାକୁ ଅନୁରୋଧ କରିଥିଲେ। ଆଲୋଚନା କାଳରେ ସେ ଭାରତ ଓ ଅନ୍ୟ ଦେଶର ନାମ ନେଇନଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories