www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକାକୁ ହରାଇ ସୁପର-୮ରେ ଭାରତ

ନ୍ୟୁୟର୍କ: ଟ୍ୱେଣ୍ଟି୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି ଭାରତ। ଅର୍ଶଦୀପ ସିଂହଙ୍କ ୪ୱିକେଟ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଆମେରିକାକୁ ୭ୱିକେଟରେ ପରାସ୍ତ କରି ସୁପର-୮ରେ ପ୍ରବେଶ କରିଛି ଭାରତୀୟ ଦଳ। ଗ୍ରୁପ୍‌‌-ଏରେ ତିନୋଟଇ ଯାକ ମ୍ୟାଚ ଜିତି ଭାରତ ଶ୍ରେଷ୍ଠ ୮ଟି ଦଳଙ୍କ ମଧ୍ୟରେ ସ୍ଥାନ ନିଶ୍ଚିତ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୫୦ ରନ୍‌‌ ଏବଂ ଶିବମ ଦୁବେ ଅପରାଜିତ ୩୧ରନର ଇନିଂସ ଖେଳି ଭାରତକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଆମେରିକା ୮ୱିକେଟ ହରାଇ ୧୧୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଦଳ ପକ୍ଷରୁ ନୀତିଶ କୁମାର ୨୭ରନ ଓ ଷ୍ଟିଭେନ୍‌‌ ଟେଲର୍‌‌ ୨୪ରନ ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଭାରତର ଏହି ବିଜୟ ପରେ ପାକିସ୍ତାନ ବେଶ ଖୁସି ହୋଇଛି।
ପ୍ରଥମ ଦୁଇଟି ଯାକ ମ୍ୟାଚ ଜିତିଥିବା ଆମେରିକା ଭାରତୀୟ ଇନିଂସ ଆରମ୍ଭରେ ଶକ୍ତ ଝଟକା ଦେଇଥିଲା। ୩ୟ ଓଭର ସୁଦ୍ଧା ଭାରତର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଆଉଟ ହୋଇଥିଲେ। କୋହଲି ଖାତା ଖୋଲି ପାରିନଥିବା ବେଳେ ରୋହିତ ଶର୍ମା ମାତ୍ର ୩ରନ କରି ବିଦାୟ ନେଇଥିଲେ। କିନ୍ତୁ ପରେ ଏହି ନିମ୍ନମାନର ପିଚ୍‌‌ରେ ଋଷଭ ପନ୍ତ୍‌‌, ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେ ନିଜର କମାଲ ଦେଖାଇଥିଲେ। ଫଳରେ ଭାରତ ବିଜୟ ହୋଇଥିଲା। ଟସ୍‌‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଆମେରିକାକୁ ଅର୍ଶଦୀପ ସିଂହ ପ୍ରଥମ ବଲରେ ଝଟକା ଦେଇଥିଲେ। ସେ ଟି-୨୦ ବିଶ୍ୱକପରେ ପଦାର୍ପଣ କରିଥିବା ଶୟନ ଜହାଙ୍ଗୀରଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଆଣ୍ଡ୍ରିଜ୍‌‌ ଗୌସ୍‌‌ ମଧ୍ୟ ଫିଲ୍ଡରେ ବେଶ ସମୟ ତିଷ୍ଠି ପାରନଥିଲେ। ୨ରନ କରି ପାଭିଲିୟନ ଫେରିଥିଲେ। ପାୱାର ପ୍ଲେର ପ୍ରଥମ ୬ଓଭରରେ ଆମେରିକା ମାତ୍ର ୧୮ ରନ କରିଥିଲା। ଅନ୍ତିମ ଓଭରରେ ୮ୱିକେଟ ହରାଇ ୧୧୦ ରନ କରିଥିଲା ଆମେରିକା। ଯାହାକୁ ଭାରତ ସହଜରେ ପୂରଣ କରିଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories