www.samajalive.in
Saturday, December 6, 2025
26.1 C
Bhubaneswar

ଚା’ ପିଇବା ଦ୍ୱାରା ଦୂରେଇ ପାରିବ କି କରୋନା ସଂକ୍ରମଣର ବିପଦ !

ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। କରୋନାର ୨ୟ ତରଙ୍ଗରେ ଲକ୍ଷ ଲକ୍ଷ ଦୈନିକ ଆକ୍ରାନ୍ତ ହେବା ସହ ହଜାର ହଜାର ଆକ୍ରାନ୍ତ ମୃତ୍ୟୁ ବରଣ କରୁଛନ୍ତି। ଏହି ମହାମାରୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିତ୍ୟାନ୍ତ ଆବଶ୍ୟକ। ଏଭଳି ସମୟରେ ଲୋକେ ଅନେକ ଘରୋଇ ଉପାୟ ଅବଲମ୍ବନ କରି ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହ ସ୍ୱାସ୍ଥ୍‍୍ୟ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏହାସହ କରୋନାକୁ ନେଇ ସୋସିଆଲ ମିଡିଆରେ ବହୁ ମିଛ ସତ ମଧ୍ୟ ଭାଇରାଲ ହେଉଛି। କିଛିଦିନ ମଧ୍ୟରେ ସୋସିଆଲ ମିଡିଆରେ ଏଭଳି ହିଁ ଏକ ପୋଷ୍ଟ କରାଯାଇଛି, ଯେଉଁଥିରେ ଜଣାଯାଇଛି, ଚା’ ପିଇବା ଦ୍ୱାରା କରୋନା ସଂକ୍ରମଣ ଠାରୁ ଦୂରେଇ ରହିପାରିବ।
ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟ ଅନୁଯାୟୀ, ଚା’ ପିଇବା ଦ୍ୱାରା କରୋନା ସଂକ୍ରମଣରୁ ରକ୍ଷା ପାଇ ପାରିବେ। ଏହି ପୋଷ୍ଟ ଅନୁଯାୟୀ, ଚା’ ପିଅନ୍ତୁ ଓ ପିଆନ୍ତୁ। ଦିନକରେ ୩ ଥର ଚା’ ନିଶ୍ଚୟ ପିଅନ୍ତୁ। ପୂର୍ବ ବର୍ଷ ମଧ୍ୟ ଏହା ଦାବି କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଚା’ରେ ଯେଉଁ ୩ ପ୍ରକାର କେମିକାଲ ରହୁଛି, ତାହା କରୋନା ସଂକ୍ରମଣରୁ ଦୂରେଇ ପାରିବ। କେତେକ ଗବେଷଣାରୁ ଏହା ବିଶେଷଜ୍ଞଙ୍କ କହିଥିବା ଜଣାପଡିଛି।
ଅନ୍ୟପଟେ ଭାଇରାଲ ହେଉଥିବା ଏହି ପୋଷ୍ଟ କେତେ ପରିମାଣରେ ସତ ସେନେଇ କୌଣସି ବୈଜ୍ଞାନିକ ପ୍ରମାଣ ମିଳି ନାହିଁ ବୋଲି ସୂଚନା ମିଳିଛି। ଯାହା କରୋନାକୁ ରୋକିବାରେ ସକ୍ଷମ ବୋଲି କୁହାଯାଇପାରିବ ।
ତେଣୁ କରୋନା ମହାମାରୀ ଠାରୁ ନିଜକୁ ରକ୍ଷା କରିବାକୁ ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କୌଣସି ତଥ୍ୟ ଉପରେ ବିଶ୍ୱାସ କରିବା ପୂର୍ବରୁ ତାହା ସଠିକ ଭାବେ ପ୍ରମାଣିତ ବୋଲି ଜାଣିବା ଦରକାର। ସତ୍ୟତା ଜାଣିବା ମଧ୍ୟ ଆବଶ୍ୟକ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories