www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୪ଟାର ମୁଖ୍ୟ ଖବର

– ପିଏମ୍‍ କିଷାନ ଯୋଜନାରେ ଦେଶର ସାଢ଼େ ୯ କୋଟି କୃଷକଙ୍କ ଖାତାରେ ଜମା ହେଲା ୨୦ ହଜାର କୋଟିରୁ ଅଧିକ ଟଙ୍କା
– ଅଷ୍ଟମ କିସ୍ତି ଅର୍ଥ ପ୍ରଦାନ କରି କୃଷକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

– ଦେଶରେ କୋଭିଡ ଟିକାଦାନ ୧୮ କୋଟି ନିକଟତର, ଏପର୍ଯ୍ୟନ୍ତ ୧୭ କୋଟି ୯୨ ଲକ୍ଷ ୯୮ ହଜାରରୁ ଅଧିକ ଲୋକମାନଙ୍କୁ ଟିକା  ଦିଆଯାଇସାରିଛି

– ଦେଶରେ କୋଭିଡ ଆରୋଗ୍ୟ ସଂଖ୍ୟା ୨ କୋଟି ଅତିକ୍ରମ କରିଛି, ଏପର୍ଯ୍ୟନ୍ତ ୨କୋଟି ୭୯ ହଜାର କୋଭିଡ
ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି
– ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ କରୋନା ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୪ ହଜାର କରୋନା ସଂକ୍ରମିତ

– ୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି।

– ଅମ୍ଳଜାନ ଅଭାବ; ଗୋଆରେ ୨୪ ଘଣ୍ଟାରେ ୪୧ ରୋଗୀ ମୃତ

– ଛାତି ଏକ୍ସ-ରେ ଦ୍ବାରା ଚିହ୍ନଟ ହେବ କୋଭିଡ ସଂକ୍ରମଣ; ଡିଆରଡିଓ ତିଆରି କଲା ‘ଆତ୍ମନ ଏଆଇ’

– କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ୪ ମାସ ବ୍ୟବଧାନ ଯଥାର୍ଥ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଫାଉଚୀ।

– ରାହୁଲ, ପ୍ରିୟଙ୍କାଙ୍କୁ ପ୍ରସବ କରାଇଥିବା ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଏସ.କେ. ଭଣ୍ଡାରୀଙ୍କ ଦେହାନ୍ତ

– ବର୍ଷ ଶେଷ ସୁଦ୍ଧା ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ନେଇ ସରକାରଙ୍କ ଦୃଢୋକ୍ତି

– ଗଙ୍ଗା ନଦୀର ଖେରେଶ୍ଵର ଘାଟରେ ପୋତାଯାଇଛି ଶତାଧିକ ମୃତହେଦ, ବର୍ଷାରେ ବାଲି ଧୋଇଯିବାରୁ ସାମ୍ନାକୁ ଆସିଲା ଘଟଣା

– କେ.ପି. ଶର୍ମା ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ, ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ଜୁଟାଇବାରେ ବିଫଳ

– ‘ଗୋ ଏୟାର’ ନାମ ବଦଳି ‘ଗୋ ଫାଷ୍ଟ’ ହେଲା। ୧୫ ବର୍ଷ ଉଡାଣ ପରେ ବିମାନ ଚଳାଚଳ ସଂସ୍ଥାର ନାମ ପରିବର୍ତ୍ତନ।

– ଚିତ୍ରକୂଟ ଜେଲରେ ଗୁଳିକାଣ୍ଡ, ୨ କଏଦୀଙ୍କୁ ହତ୍ୟା

– ଭୋପାଳ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ବଳାତ୍କାର, ୨୪ ଘଣ୍ଟା ପରେ ପ୍ରାଣ ହରାଇଲେ ରୋଗୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟର ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିବେ, ୪୨ ଲକ୍ଷ ଚାଷୀଙ୍କୁ ସହାୟତା ଅର୍ଥ ମିଳିବ

– କାଳବୈଶାଖୀ ପ୍ରଭାବରେ ୨ ଦିନ ବର୍ଷା । ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆଜି ଓ ଆସନ୍ତା କାଲି ବର୍ଷା ହେବାରେ ସମ୍ଭବାନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

– ରାଜ୍ୟରେ ଦିନକରେ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି

– ଗତ ୨୪ଘଣ୍ଟା ମଧ୍ୟରେ ୧୨୩୯୦ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧।

– ସରକାର ଦେଲେ ଅନୁମତି, ଘରେ ପହଞ୍ଚିବ ମଦ। ଅନ୍‌ଲାଇନରେ ଅର୍ଡର କରିପାରିବେ ଇଚ୍ଛୁକ ବ୍ୟକ୍ତି।

– ରାଜ୍ୟରେ କାର୍ଯ୍ୟବନ୍ଦ, ଧର୍ମଘଟ, ଧାରଣା ମନା –ଏସ୍‌ମା ଲାଗୁ କଲେ ସରକାର

– ଦେଶରେ ଆଜି ନିରାଡମ୍ବର ସହକାରେ ଇଦ୍‍-ଉଲ୍‍-ଫିତର ପର୍ବ ପାଳନ କରାଯାଉଛି

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories