ଆବଶ୍ୟକ ସାମଗ୍ରୀ :
ସେଓ – ୧ଟି (କଟା)
କିୱି – ୨ଟି (କଟା)
ସପୁରୀ – ୧ଟି (କଟା)
କଦଳୀ – ୨ଟି (କଟା)
ତେନ୍ତୁଳି ପେଷ୍ଟ – ୧ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ଧନିଆ ପତ୍ର
ଜିରା ଗୁଣ୍ଡ – ଦେଢ ଚାମଚ
ଲୁଣ – ସ୍ବାଦାନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ତେନ୍ତୁଳି ପେଷ୍ଟକୁ ନିଅନ୍ତୁ। ତାପରେ ସେଥିରେ ତେଲ, ଲଙ୍କା ଗୁଣ୍ଡ, ଧନିଆ ପତ୍ର ଓ ଜିରା ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସମସ୍ତ ଫଳକୁ ଛୋଟ ଛୋଟ ଆକୃତିର କାଟି ଦିଅନ୍ତୁ। ମିଶ୍ରଣରେ କାଟି ରଖିଥିବା ସମସ୍ତ ଫଳକୁ ପକାଇ ମିଶାଇ ଦିଅନ୍ତୁ। ତାପରେ ଏକ କାଠିରେ ଫଳ ଗୁଡିକୁ ଛାଡି ଛାଡି କରି ଲଗାଇ ଦିଅନ୍ତୁ। ତାପରେ ତାହାକୁ ତନ୍ଦୁରୀ ଉପରେ ରଖି ଫଳକୁ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ତନ୍ଦୁରୀ ଫ୍ରୁଟ ଚାଟ୍। ଏହା ଉପରେ ଚାଟ୍ ମସଲା ପକାଇ ପରଷନ୍ତୁ।



