ଦୁର୍ଘଟଣାରେ ବାଇକ ଆରୋହୀ ମୃତ

0

କାମାକ୍ଷାନଗର: ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କଙ୍କଡ଼ାହାଡ଼ ଥାନା ମାରଦା ଗାଁର ପ୍ରଦୀପ । ଗରୁବାର ବିଳମ୍ବିତ ରାତ୍ରୀରେ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ି ଫାଣ୍ଡି ଅନ୍ତର୍ଗତ ଡୋଲିଆ ସମାକୁଦ ନିକଟରେ ଦୁଇଟି ବାଇକ୍‌ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply