www.samajalive.in
Saturday, December 6, 2025
19.1 C
Bhubaneswar

ତାମିଲନାଡୁରେ ପ୍ରଥମ ଥର ମନ୍ଦିରରେ ଅଣବ୍ରାହ୍ମଣ ‘ପୂଜାରୀ’ ନିଯୁକ୍ତ

ଚେନ୍ନଇ : ତାମିଲନାଡୁ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଅଣବ୍ରାହ୍ମଣଙ୍କୁ ଏକ ହିନ୍ଦୁ ମନ୍ଦିରର ପୂଜାରୀ ଭାବେ ନିଯୁକ୍ତି ମିଳିଛି। ତାମିଲନାଡୁ ଦେବୋତ୍ତର ବିଭାଗ ଏହି ପଦକ୍ଷେପ ନେଇଛି। ରାଜ୍ୟ ମନ୍ଦିରରେ ଅଣବ୍ରାହ୍ମଣଙ୍କୁ ପୂଜାରୀ କରିବାକୁ ଆରମ୍ଭ ହୋଇଥିବା ସାମାଜିକ ନ୍ୟାୟ ଅଭିଯାନ ଫଳସ୍ୱରୁପ ରାଜ୍ୟ ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ୨୦୦୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ସରକାର ଏକ ନିର୍ଦେଶ ଜାରି କରି ରାଜ୍ୟ ମନ୍ଦିରରେ ସବୁ ଜାତିର ଲୋକ ପୂଜାରୀ ହୋଇପାରିବେ ବୋଲି କହିଥିଲେ। ଏହି ନିର୍ଦେଶ ଅନୁସାରେ ୨୦୦୭ରେ ଏସ୍‍ସି, ଏସ୍‍ଟି ସମୂହର ୨୪ ବ୍ୟକ୍ତିଙ୍କ ସମେତ ୨୦୬ ଜଣଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପୂଜାରୀ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷାର୍ଥୀଙ୍କୁ କନିଷ୍ଠ ପୂଜାରୀ ପ୍ରମାଣପତ୍ର ମିଳିଥିଲା। ଏହାପରେ ସରକାରଙ୍କ ନିର୍ଦେଶ ବିରୋଧରେ କେତେକ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ ୨୦୧୫ରେ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କ ନିର୍ଦେଶକୁ ବୈଧ ବୋଲି ରାୟ ଦେଇଥିଲେ। କନିଷ୍ଠ ପୂଜାରୀ ପ୍ରମାଣପତ୍ର ପାଇଥିବା ୨୦୬ ପୂଜାରୀଙ୍କ ମଧ୍ୟରୁ ଜଣଙ୍କୁ ମଦୁରାଇ ଥାଲୁକ୍କମ ଆୟାପ୍ପା ମନ୍ଦିରରେ ପୂଜାରୀ ଭାବେ ନିଯୁକ୍ତି ମିଳିଛି। ତେବେ ଆଗାମ ଶାସ୍ତ୍ର (ପୂଜାର ନୀତି ଓ ନିୟମ) ଉଲ୍ଲଙ୍ଘନ କଲେ ପୂଜାରୀଙ୍କୁ ପଦରୁ ହଟାଇ ଦିଆଯିବ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ ବଳବତ୍ତର ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories