www.samajalive.in
Thursday, December 11, 2025
15.1 C
Bhubaneswar

ତାମିଲ ଚଳଚ୍ଚିତ୍ର ‘ସରକାର’କୁ ନେଇ ବିବାଦ ; ନିର୍ଦେଶକଙ୍କୁ ଅନ୍ତରୀଣ ସୁରକ୍ଷା

ଚେନ୍ନଇ : ତାମିଲ ଚଳଚ୍ଚିତ୍ର ‘ସରକାର’ର କେତେକ ଦୃଶ୍ୟକୁ ଏଆଇଏଡିଏମ୍‍କେ କର୍ମୀଙ୍କ ବିରୋଧ ପରେ ଚଳଚ୍ଚିତ୍ରଟିରେ ତିନୋଟି ପରିବର୍ତ୍ତନ କରିବାକୁ ନିର୍ମାତା ସହମତି ପ୍ରକାଶ କରିଛନ୍ତି। ଅନ୍ୟପଟେ ଚଳଚ୍ଚିତ୍ରର ନିର୍ଦେଶକ ଏ.ଆର୍‍. ମୁରୁଗୋଡାସଙ୍କୁ ମାଡ୍ରାସ ହାଇକୋର୍ଟ ନଭେମ୍ବର ୨୭ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ଏଆଇଏଡିଏମ୍‍କେ ନେତ୍ରୀ ସୁଶ୍ରୀ ଜୟଲଳିତାଙ୍କୁ ଭୁଲ୍‍ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଥିବା ‘କୋମଳ’ ଶବ୍ଦଟି କୋମଳବଲି ଅର୍ଥାତ୍‍ ଜୟଲଲିତାଙ୍କ ବାସ୍ତବ ନାମରୁ ଉଦ୍ଧୃତ ବୋଲି ଦଳୀୟ କର୍ମୀ ଅଭିଯୋଗ ଉଠାଇଥିଲେ। ଏହାକୁ ନେଇ ରାଜନୈତିକ ବିତର୍କ ସୃଷ୍ଟି ହେବା ସହିତ ବିକ୍ଷୋଭ ଉଗ୍ର ରୂପ ଧାରଣ କରିଥିଲା। ଅନ୍ୟପଟେ ପୁଲିସ ତାଙ୍କୁ ଗିରଫ କରିବାକୁ ଗୁରୁବାର ରାତିରେ ତାଙ୍କ ବାସଭବନ କବାଟ ବାରମ୍ବାର ବାଡାଇଥିବା ଦର୍ଶାଇ ଚଳଚ୍ଚିତ୍ରର ନିର୍ଦେଶକ ମୁରୁଗୋଡାସ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ନଭେମ୍ବର ୨୭ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନ କରିବାକୁ ହାଇକୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories