www.samajalive.in
Sunday, December 14, 2025
26.1 C
Bhubaneswar

ବାଲିଯାତ୍ରାରେ ‘ସମାଜ’ର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ସମାଜଲାଇଭ ଡେସ୍କ: କଟପର ଐତିହାସିକ ବାଲିଯାତ୍ରା ମହୋତ୍ସବ-୨୦୨୫ରେ ‘ସମାଜ’ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଷ୍ଟଲ ଖୋଲାଯାଇ ପ୍ରତ୍ୟହ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ ଓ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଗୋଟିଏ ଷ୍ଟଲରେ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ କଳାସଂସ୍କୃତି କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଦ୍ଵାରା ୩୦ ମିନିଟ ଅବଧିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଅନୁଷ୍ଠାନ/ବ୍ୟକ୍ତିବିଶେଷ ସେମାନଙ୍କ ଉଲ୍ଲେଖନୀୟ କଳାକୃତିର ଝଲକ ସହିତ ସମ୍ପୂର୍ଣ୍ଣ ବିବରଣୀ ହ୍ବାଟ୍ସଆପ ନମ୍ବର ୯୪୩୭୧୬୫୯୩୫ ମାଧ୍ୟମରେ ଆମ୍ଭ ନିକଟକୁ ତା୫/୧୧/୨୦୨୫ରିଖ ମଧ୍ୟରେ ପଠାଇବାକୁ ଅନୁରୋଧ। କାର୍ଯ୍ୟକ୍ରମ ପରିବେଷଣ ପାଇଁ ମନୋନୀତ ଅନୁଷ୍ଠାନ/ପ୍ରାର୍ଥୀ/ପ୍ରାର୍ଥିନୀ/ପ୍ରତିଭାଙ୍କୁ ‘ସମାଜ’ ତରଫରୁ ସମ୍ମିାନିତ ଓ ସମ୍ବର୍ଦ୍ଧିତ କରାଯିବ। ମନୋନୀତ ଅନୁଷ୍ଠାନ/ବ୍ୟକ୍ତିବିଶେଷଙ୍କୁ କାର୍ଯ୍ୟକ୍ରମ ପରିବେଷଣ ପାଇଁ କୌଣସି ଖର୍ଚ୍ଚ ଦେବାର ବ୍ୟବସ୍ଥା ନାହିଁ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories