www.samajalive.in
Saturday, December 6, 2025
19.1 C
Bhubaneswar

ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ତରଫରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ 

ବେଗୁନିଆ : ବେଗୁନିଆ ବ୍ଲକରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକୁ ସରକାର ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାକୁ ନିର୍ଦେଶ ଦେଇଥିଲେ l କିନ୍ତୁ କରୋନା ମହାମାରୀ ଏବଂ ବନ୍ୟା ବିପତ୍ତି ସମୟରେ ଗୋଷ୍ଠୀର ସଦସ୍ୟମାନେ ଋଣ ପରିଶୋଧ କରିବାର ସାମର୍ଥ୍ୟ ନଥିବାବେଳେ ସରକାର ଅଗଷ୍ଟ ମାସ ଶେଷ ସୁଦ୍ଧା ଋଣ ଆଦାୟ ନକରିବା ପାଇଁ ନିର୍ଦେଶ ଦେଇଥିଲେ l ସରକାର ଏବେ ତାର ଅବଧି ବୃଦ୍ଧି କରିନଥିବାବେଳେ ସମ୍ପୃକ୍ତ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କ ନିକଟରେ ପଂହଁଚି ଋଣ ଆଦାୟ କରିବା ପାଇଁ ଜୁଲୁମ କରୁଛନ୍ତି l ବର୍ତ୍ତମାନ ପରିସ୍ଥିତିରେ ଆୟର କୌଣସି ପନ୍ଥା ନଥିବାବେଳେ ଋଣ ପରିଶୋଧ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ସରକାର ଋଣ ପରିଶୋଧ କରିବା ପାଇଁ ସମ୍ପୃକ୍ତ ଗ୍ରୁପଗୁଡିକୁ  ଆଉ କିଛି ମାସ ସମୟ ଦେବାପାଇଁ ଆଜି ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ସମସୁରା ବେଗମ, ସୂରିୟା ବେଗମ, ସୁକାନ୍ତି ଦାସ, ପ୍ରଣମିତା  ସତପଥି, ମମତା ମହାନ୍ତି, ବର୍ଷାରାଣୀ ସାହୁ, କବିତା ବାରିକ, ଶିଳ୍ପୀସଂଗୀତା ବରାଳ, ବିଳାସିନୀ ଦାସ ପ୍ରମୁଖଙ୍କ ସହିତ ବହୂ ସଦସ୍ୟ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଏବଂ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ଭେଟି ଏହି ମର୍ମରେ ଦାବୀପତ୍ର ପ୍ରଦାନ କରିଛନ୍ତି l

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories