www.samajalive.in
Friday, December 5, 2025
26.1 C
Bhubaneswar

ଜିଲ୍ଲାସ୍ତରୀୟ ତାଏକୋଣ୍ଡ ପ୍ରତିଯୋଗିତା : ସ୍ଵର୍ଣ୍ଣ ପଦକ ଜିତିଲେ ମୁକେଶ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଜିଲ୍ଲା ସ୍ତରୀୟ ତାଏକୋଣ୍ଡର ପ୍ରତିଯୋଗିତାରେ ଗଞ୍ଜାମ ବିଜ୍ଞପିତ ଅଂଚଳ ପରିଷଦ ଅନ୍ତର୍ଗତ ଓଡ଼ିଆ ଢମଣା ସାହିର ମନୋରଞ୍ଜନ ସାହୁଙ୍କ ପୁଅ ମୁକେଶ କୁମାର ସାହୁ (ରାଜ ) ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ଏହି ସଫଳତା ଯୋଗୁଁ ସେ ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲର ଳୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପଛରେ ରାଜ ନିଜ ବାପା ଓ ମା ଏବଂ ଗୁରୁ ଦିଲେଶ୍ଵର ସାହୁଙ୍କୁ ଶ୍ରେୟ ଦେଇଛନ୍ତି। ପରିଶ୍ରମ ଓ ଗୁରୁଙ୍କ ପ୍ରେରଣା ଓ ବାପା-ମାଆଙ୍କ ଆଶୀର୍ବାଦ ରହିଥିବା ଯୋଗୁଁ ସେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଆହୁରି ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି।


ସେହିପରି ଗଂଜାମ ସହର ଦୁର୍ଗାଦେବୀ ସାହିର ଭଗବାନ ଜେନା ଏବଂ ପଦ୍ମିନୀ ଜେନାଙ୍କ ଦୁଇ ପୁଅ ଶିବପ୍ରସାଦ ଜେନା ସ୍ଵର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ସାନ ପୁଅ ରୌପ୍ୟ ପଦକ ବିଜେତା ହୋଇଛନ୍ତି। ଯାହାକୁ ନେଇ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇଥିବା ବେଳେ ଓଡିଶା ତାଏକୋଣ୍ଡ ସଙ୍ଘ ସମ୍ପାଦକ ମନ ମୋହନ ଭଞ୍ଜ, ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି ଙ୍କ ଉପସ୍ଥିରେ କୃତି ପ୍ରତିଯୋଗୀ ମାନଙ୍କୁ ସିଲ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories