www.samajalive.in
Wednesday, December 10, 2025
26.1 C
Bhubaneswar

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ, ପ୍ରଥମଥର ଫାଇନାଲରେ ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ: ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ। ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଆଇସିସି ବିଶ୍ବକପର କୌଣସି ବର୍ଗରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ କୌଣସି ବର୍ଗରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିନଥିଲା। କେପ୍‌ଟାଉନରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ବିଶ୍ବକପର ଅଷ୍ଟମ ସଂସ୍କରଣର ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୬ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ରବିବାର ଖେଳାଯିବ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ତାଜମିନ ବ୍ରିଟ୍‌ସ ୬୮ ଓ ଲାଉରା ଉଲଭାଡଟ୍‌ଙ୍କ ୫୩ରନ ସହାୟତାରେ ୧୬୪ରନ କରିଥିଲା। ଜବାବରେ ଇଂଲଣ୍ଡ ୮ ୱିକେଟରେ ୧୫୮ରନ କରିବାକୁ ସକ୍ଷମ ହୋଇଥିଲା। ୧୬୫ରନକୁ ଇଂଲଣ୍ଡ ଦୃଢତାର ସହିତ ପିଛା କରିଥିଲେ ମଧ୍ୟ ମଧ୍ୟକ୍ରମରେ ବ୍ୟାଟିଂ ବିଫଳତା ପାଇଁ ଦଳ ପରାଜିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ବୋଲରମାନେ ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ରୋକିବାରେ ସଫଳ ହୋଇଥିଲେ। ନାଟ୍‌ ସ୍କିଭର ବ୍ରଣ୍ଟ ୪୦, ଡ୍ୟାନି ୱେଟ୍‌ ୩୪, ଅଧିନାୟିକା ହେଦର ନାଇଟ୍‌ ୩୧, ଶୋଫିଆ ଡଙ୍କ୍‌ଲି ୨୮ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆବାଗୋୟା ଖାଖା ୪ଟି, ସବନିମ ଇସମାଇଲ ୩ଟି ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ମହିଳା ଦଳ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ତାଜମିନ ବ୍ରିଟ୍‌ସ ଓ ଲାଉରା ଉଲଭାଡଟ୍‌ ୧୩.୪ ଓଭରରୁ ୯୬ ରନ ସଂଗ୍ରହ କରିଥିଲେ।

- Advertisement -

ଇଂଲଣ୍ଡ ୨୦୦୯, ୨୦୧୨, ୨୦୧୪ ଓ ୨୦୧୮ରେ ଫାଇନାଲ ଖେଳିଥିଲା। ଲାଉରା ୪୪ଟି ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହ ୫୩ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ୧୪୨ରନରେ ଘଟିଥିଲା। ବ୍ରିଟ୍‌ସ ୫୫ଟି ବଲରୁ ୬ଟି ଚୌକା ଓ ୨ଟି ଛକା ସହ ୬୮ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ମାାରିଜାନେ କାପ୍‌ଙ୍କ ୧୩ଟି ବଲରୁ ୪ଟି ଚୌକା ସହ ଅପରାଜିତ ୨୭ରନ ବଳରେ ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୧୬୪ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ମହିଳା ଦଳ ପକ୍ଷରୁ ଶୋଫିଆ ଇକ୍ଲିଷ୍ଟୋନ ୩ଟି ଓ ଲାଉରା ବେଲ୍‌ ଗୋଟିଏ ୱିକେଟ ନେଇଥିଲେ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories