www.samajalive.in
Tuesday, November 18, 2025
16.1 C
Bhubaneswar

ସ୍ୱାମୀ ପ୍ରଣବାନନ୍ଦ ଏକ ଅମ୍ଲାନ ପ୍ରତିଭା

ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଦୀର୍ଘ ୬୦ବର୍ଷ ଧରି ଆର୍ଯ୍ୟ ସମାଜ, ସ୍ୱାମୀ ଦୟାନନ୍ଦ ଓ ବେଦମାତାଙ୍କର ବାର୍ତ୍ତା ପ୍ରଚାର କରୁଥିବା ପରିବ୍ରାଜକ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ଚତୁର୍ଦ୍ଦଶାହ ଉପଲକ୍ଷେ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଏକ ଶାନ୍ତି ଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଆଜି ମଧ୍ୟାହ୍ନରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।
ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣରେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଥିଲେ ଯେ ସ୍ୱାମିଜୀ ମହାମୃତ୍ୟୁର ପଥିକ ହୋଇଛନ୍ତି। ମୃତ୍ୟୁକୁ ସେ ଆହ୍ୱାନ କରୁଥିଲେ। ତାଙ୍କ ଶରୀର ତାଙ୍କୁ ସହଯୋଗ କରୁନାହିଁ, ଏଣୁ ପ୍ରଭୁ ତାଙ୍କ ପାଖକୁ ନେଇଯିବାକୁ ସେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ। ବେଦ ବର୍ଣ୍ଣିତ ମୃତ୍ୟୁ ସୁକ୍ତକୁ ଶ୍ରୀ ପଣ୍ଡା ଅତ୍ୟନ୍ତ ସୁନ୍ଦର ଭାବରେ ବାଖ୍ୟା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାମିଜୀଙ୍କୁ ଏକ ଅମ୍ଲାନ ପ୍ରତିଭା ବୋଲି କହିଥିଲେ। ଅନ୍ୟତମ ଅତିଥି ବୁନ୍ଧମନ୍ଦିରର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଥିଲେ ଯେ, ସ୍ୱାମିଜୀ ବୃତ୍ତିଗତ ବିଦ୍ୟାରେ ଡିଗ୍ରୀ ହାସଲ କରିନଥିଲେ ସତ, କିନ୍ତୁ ସେ ନିରାକାର ବ୍ରହ୍ମଙ୍କର ଉପାସକ ଥିଲେ ଓ ପରମାତ୍ମାଙ୍କ ଦ୍ୱାରା ବର୍ଣ୍ଣିତ ଆତ୍ମାନୁଶାସନ ଉପରେ ଯେଉଁ ଉପଦେଶ ଦେଉଥିଲେ ତାହା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି କହିଥିଲେ।

 

- Advertisement -

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ଶାନ୍ତି ଯଜ୍ଞ ପରିଚାଳନା କରିଥିଲେ। ବିଶିଷ୍ଟ ଆର୍ଯ୍ୟସମାଜୀ ପ୍ରେମାନନ୍ଦ ଦାସ, ସମାଜସେବୀ ଆଶୁତୋଷ ମିଶ୍ର, ଦୁଷ୍ମନ୍ତ କିଶୋର ସ୍ୱାଇଁ, ଯଜ୍ଞ ପ୍ରକାଶ ଆର୍ଯ୍ୟ, ସମାଜସେବୀ ବରୁଣରାଜ, ଶ୍ୟାମସୁନ୍ଦର ସେଠ, ଶ୍ରୀମତୀ ଶୁଭଦ୍ରା ସାହୁ, ପ୍ରତାପ ପଟ୍ଟନାୟକ, ଅଭୟ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାର୍ଯ୍ୟକ୍ରମକୁ ନଳିନୀକାନ୍ତ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ନଗରର ବହୁ କଲୋନୀବାସୀ ଯୋଗ ଦେଇଥିଲେ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories