www.samajalive.in
Friday, December 5, 2025
26.1 C
Bhubaneswar

ଅସହାୟ ପରିବାରକୁ ସହାୟ ହେଲା ସ୍ୱଇଚ୍ଛା

ସମ୍ବଲପୁର: କରୋନା ସମୟରେ ସାରା ବିଶ୍ୱର ଆର୍ଥିକ ବ୍ୟବସ୍ଥା ଦୋହଲି ଯାଇଥିବା ବେଳେ ଅନେକ ରୋଜଗାରହୀନ ହୋଇ କଷ୍ଟରେ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ଦିନରେ ସ୍ଥାନୀୟ ବୁଢ଼ାରଜା ସ୍ଥିତ ଶାନ୍ତିନଗର ଠାରେ ରୋଜଗାର ହରାଇ ପରିବାର ସହିତ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଜୀବନ ନିର୍ବାହ କରୁଥିବା ଶିବୁ ରାୟଙ୍କ ସର୍ମ୍ପକରେ ଗଣମାଧ୍ୟମମାନଙ୍କରେ ପ୍ରକାଶିତ ହୋଇଥିଲା। ଏହି ଖବର ପାଇବା ପରେ ସମ୍ବଲପୁରର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱଇଚ୍ଛା’ ତରଫରୁ ମଙ୍ଗଳବାର ଶିବୁଙ୍କୁ ଆତ୍ମନିର୍ଭର କରିବା ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହିତ ବୁଢ଼ାରଜା ସ୍ଥିତ ଚକାଡୋଳା ରାସନ ଦୋକାନର ସହାୟତାରେ ରାୟ ପରିବାର ପାଇଁ ରାସନର ବ୍ୟବସ୍ଥା ଓ ମିଲନ କ୍ଲଥ ଷ୍ଟୋର ର ସହାୟତାରେ ତାଙ୍କର ୫ ଜଣ ଛୁଆ ମାନଙ୍କ ପାଇଁ କପଡାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ମହତ କାର୍ଯ୍ୟକ୍ରମରେ ସମାଜସେବୀ ସୁଧିର ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସହାୟତା ରାଶି ଶିବୁ ରାୟ ଓ ତାଙ୍କର ପରିବାରକୁ ପ୍ରଦାନ କରିଛନ୍ତି। ଏହି ଅବସରରେ ମାନସ ଶତପଥି, ଉତବୀର ପାଲନ, ସୁବାଷ ମେହେର, ଇଂ. ବିରଂଚି ନାରାୟାଣ ଦାଶ, ଡ. ଅଶୋକ ପାଣିଗ୍ରାହୀ, ସୁନନ୍ଦା ଲୁହାର, ସୁବ୍ରତ ନାଥ, ସୁବାଷ ଚନ୍ଦ୍ର ମେହେର, ସୁଶାନ୍ତ ସାହୁ, ଜଗଦିଶ ପଟେଲ, ମିହିର ମହାନ୍ତି, ଅନୁଜ ଜେନା, ସାକେତ ବାନାର୍ଜି, ସତ୍ୟ ନାରାୟାଣ ପାଣିଗ୍ରାହୀ, ଶତ୍ରୁଘ୍ନ ରାଉତ, ସୌରଭ ସେନ, ଅଭିନାଶ ତିୱାରୀ, ଗୀତୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories