କାସ୍‌ଭି, ସଦରଲାଣ୍ଡ ସବୁଠୁ ଦାମୀ, ବ୍ରିନ୍ଦା ୧ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି

ମୁମ୍ବଇ : ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଦ୍ବିତୀୟ ସଂସ୍କରଣ ଲାଗି ଖେଳାଳି ନିଲାମ ଶନିବାର ମୁମ୍ବଇରେ ଅନୁଷ୍ଠିତ ହୋଇଯାଇଛି। ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ୟୁପି ୱାରିୟର୍ସ, ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଲାଗି ଫ୍ରାଞ୍ଚାଇଜମାନେ ଖେଳାଳି କ୍ରୟ କରିଥିଲେ। ନିଲାମରେ ମୋଟ୍‌ ୧୬୫ଜଣ ଖେଳାଳି ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ୧୦୪ଜଣ ଭାରତୀୟ ଓ ୬୧ଜଣ ବିଦେଶୀ ଖେଳାଳି ରହିଥିଲେ। ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆନାବେଲ ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଭାରତୀୟ ଅଲରାଉଣ୍ଡର କେସ୍‌ଭି ଗୌତମଙ୍କୁ ଗୁଜରାଟ ଜ୍ୟାଣ୍ଟ୍‌ସ ୨ କୋଟି ଟଙ୍କାରେ କ୍ରୟ କରିଛନ୍ତି। ଉକ୍ତ ଦୁଇ ଖେଳାଳିଙ୍କ ବ୍ରେସ ପ୍ରାଇସ୍‌ ୪୦ ଲକ୍ଷ ଟଙ୍କା ରହିଥିଲା। ସେହିପରି ୟୁପି ୱାରିୟର୍ସରେ ଭାରତର ବ୍ରିନ୍ଦା ଦିନେଶ ୧ କୋଟି ୫୦ ଲକ୍ଷ ଟଙ୍କାରେ ସାମିଲ ହୋଇଛନ୍ତି। ବ୍ରିନ୍ଦାଙ୍କ ମୂଳ ମୂଲ୍ୟ ୧୦ ଲକ୍ଷ ଟଙ୍କା ରହିଥିଲ​‌ା। ଦକ୍ଷିଣ ଆଫ୍ରିକାର ସବନମ୍‌ ଇସ୍‌ମାଇଲ୍‌ଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ୧ କୋଟି ୨୦ ଲକ୍ଷ, ଅଷ୍ଟ୍ରେଲିଆର ଫୋବେ ଲିଚ୍‌ଫିଲ୍ଡଙ୍କୁ ଗୁଜରାଟ ଜ୍ୟାଣ୍ଟ୍‌ସ ୧ କୋଟି ଟଙ୍କାରେ ଦଳରେ ସାମିଲ କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍‌ସ : ଆଲିସ କ୍ୟାପ୍‌ସି, ଅରୁଣଦ୍ଧତି ରେଡ୍ଡି, ଜେମିମା ରୋଡିଗ୍ବୋଜ, ଜିସ ୟାନସେନ, ଲାଉରା ହ୍ୟାରିସ, ମାରିଜାନେ କାପ୍‌, ମେଗ୍‌ ଲାନିଙ୍ଗ, ମିନୁ ମାନି, ପୁନମ ଯାଦବ, ରାଧା ଯାଦବ, ଶେଫାଳି ବର୍ମା, ଶିଖା ପାଣ୍ଡେ, ସ୍ନେହା ଦୀପ୍ତି, ତାନିଆ ଭାଟିଆ,ତିତାସ ସାଧୁ, ଆନାବେଲ ସଦରଲାଣ୍ଡ, ଅପର୍ଣ୍ଣା ମଣ୍ଡଳ, ଅଶ୍ବିନି କୁମାରୀ।

ଗୁଜରାଟ ଜ୍ୟାଣ୍ଟ୍‌ସ : ଆସ୍‌ଲେ ଗାର୍ଡନର, ବେଥ୍‌ ମୁନି, ଦୟାଲାନ ହେମଲତା,ହର୍ଲିନ ଦେଓଲ, ଲାଉରା ଓଲଭାରଡଟ୍‌, ସବନମ ସକିଲ, ସ୍ନେହ ରଣା​‌, ତନୁଜା କନ୍‌ୱର, ଫୋବେ ଲିଚ୍‌ଫିଲ୍ଡ, ମେଘନା ସିଂହ, ତ୍ରିଶା ପୁଜିଥା, କାସ୍‌ଭି ଗୌତମ, ପ୍ରିୟା ମିଶ୍ରା, ଲାଉରେନ ଚିଟ୍‌ଲେ, ଖାତ୍ରିୟାନ ବ୍ରାସ, ମନ୍ନପ କାଶ୍ୟପ।

ମୁମ୍ବଇ ଇଣ୍ଡିଆନ୍‌ସ : ଅମନଜ୍ୟୋତ କୌର, ଆମିଲା କେର୍‌, ଚୋଲେ ତାୟୋନ, ହରମନପ୍ରୀତ କୌର,ହେଲି ମାଥ୍ୟୁସ, ହୁମାଇରା କାଜି, ଇସାବେଲ ୱଙ୍ଗ, ଜିନ୍ତିମାଣି ତାଲିତା, ନାଟାଇଲେ ସ୍କିଭର, ପୂଜା ବତ୍ସାକାର, ପ୍ରିୟଙ୍କା ବାଲା, ସେକ୍‌ ଇସାକ୍‌, ୟାସ୍ତିକା ଭାଟିଆ, ଶୁବନିମ ଇସ୍‌ମାଇଲ, ଏସ୍‌ ସଞ୍ଜନା, ଅମନଦୀପ୍‌ କୌର, ଫତିମା ଜାଫର, କିର୍ତ୍ତାନା ବାଲାକ୍ରିଷ୍ଣନ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ଆଶା ଶୋବାନା, ଦିଶା କାସତ, ଏଲିସା ପେରି, ହେଦର ନାଇଟ୍‌, ଇନ୍ଦ୍ରାଣୀ ରୟ, କନିକା ଆହୁଜା, ରେଣୁକା ସିଂହ, ରିଚା ଘୋଷ, ଶ୍ରୀୟଙ୍କା ପାଟିଲ, ସ୍ମୃତି ମାନ୍ଧନା, ଶୋଫି ଡିଭାଇନ, ଜର୍ଜିଆ ୱାରେହାମ, କାଟେ କ୍ରସ, ଏକତା ବିସ୍ତ, ଶୁଭା ସତିଶ।
ୟୁପି ୱିାରିୟର୍ଜ : ଆଲିସା ହେଲି, ଅଞ୍ଜଳି ସର୍ଭାଣି, ଦୀପ୍ତି ଶର୍ମା, ଗ୍ରେସ ହାରିସ, କିରଣ ନାଭଜିରେ, ଲାଉରେନ ବେଲ୍‌, ଲକ୍ଷ୍ମୀ ଯାଦବ, ପି ଚୋପ୍ରା, ରାଜେଶ୍ବରୀ ଗାଏକ୍ବାର୍ଡ, ଏସ୍‌ ୟାସାରି, ଶ୍ବେତା ସେରାୱତ, ଶୋଫି ଇକ୍ଲିଷ୍ଟୋନ, ତାହିଲା ମ୍ୟାକଗ୍ରାଥ, ଡାନି ୱେଟ୍‌, ବ୍ରିନ୍ଦା ଦିନେଶ, ପୁନମ ଖିମନାର, ସାଇମା ଠାକର।

Comments are closed.