www.samajalive.in
Wednesday, December 10, 2025
26.1 C
Bhubaneswar

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଗୁଣୁପୁର: ଗୁଣୁପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମ ଦଣ୍ଡାସି ସାହିରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ଅନିତା ମାଣ୍ଡାଙ୍ଗୀ(୨୦)। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅନିତାଙ୍କ ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାରେ ପୁଲିସ ତାଙ୍କ ସ୍ଵାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରାମନାଗୁଡ଼ା ବ୍ଲକ ନାଲପଣ୍ଡା ଗ୍ରାମର ଅନିତା ଗୁଣୁପୁର ପୌରପରିଷଦ ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ୨ ବର୍ଷ ତଳେ ବିବାହ କରିଥିଲେ। ଶନିବାର ଅନିତାଙ୍କୁ ତାଙ୍କ ସ୍ଵାମୀ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ତାଙ୍କ ବାପ ଘରକୁ ଖବର ଦେଇଥିଲେ। ସ୍ଵାମୀ କହିଛନ୍ତି ଯେ, ସେ ଜଣେ ଦିନ ମଜୁରିଆ। ସେ କାମ କରିବା ପାଇଁ ବାହାରକୁ ଯାଇଥିଲେ। ଘରକୁ ଫେରିବା ପରେ ସ୍ତ୍ରୀ ଅନିତା ବେକରେ ଲୁଗାଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଚେଷ୍ଟା ତଳକୁ ଓଲ୍ଲାଇ ଦେବା ସହିତ ତାଙ୍କ ବାପ ଘରକୁ ଖବର ଦେଇଥିଲେ। ଅନ୍ୟପଟେ ଅନିତାଙ୍କୁ ତାଙ୍କ ସ୍ବାମୀ ମଦପିଇ ନିର୍ଯାତନା ଦେଉଥିବା ସହ ତାଙ୍କୁ ହତ୍ୟା କରିଥିବା ନେଇ ବାପଘର ପକ୍ଷରୁ ଗୁଣୁପୁର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ତଦନ୍ତ କରିବା ସହ ମୃତଦେହକୁ ଜବତ କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories