www.samajalive.in
Wednesday, December 10, 2025
26.1 C
Bhubaneswar

ମୋରମ ଚୋରା ଚାଲାଣ ଅଭିଯୋଗ: ୨ଟି ଟିପ୍ପର, ହାଇୱା ଓ ଜେସିବି ଜବତ

ଗୋପାଳପୁର: ଗୋପାଳପୁର ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ମୋରମ ଚୋରା ଚାଲାଣ ଅଭିଯୋଗରେ ପୁଲିସ ୨ଟି ଟିପର, ଗୋଟେ ହାଇୱା ଓ ଜେସିବି ଜବତ କରିଛି। ବିକ୍ରମପୁରରୁ ବେଆଇନ ଭାବେ ମୋରମ ଚାଲାଣ ହୋଉଥିବା ନେଇ ବିଜେପି କରାପଲ୍ଲୀ ମଣ୍ଡଳ ସଭାପତି ଏମ. ସାଗରଙ୍କୁ ଖବର ମିଳିଥିଲା। ସେ କିଛି କର୍ମୀଙ୍କ ସହ ମିଶି ଗାଡ଼ିଗୁଡ଼ିକୁ ଅଟକାଇବା ସହିତ ପୁଲିସକୁ ଖବର ଦେଇଥିଲେ। ଯାଞ୍ଚ ସମୟରେ ଡ୍ରାଇଭରଙ୍କ ନିକଟରୁ ମିଳିଥିବା କେ ଫର୍ମଗୁଡ଼ିକ ନୂଆଗଡ କୁଆଁରୀରୁ ଗୋପାଳପୁର ପୋର୍ଟକୁ ମୋରମ ଚାଲାଣ ନିମନ୍ତେ ରହିଥିବା ଦେଖିବାକୁ ମିଳିଥିଲା। ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ସୂଚନା ଆଧାରରେ ଖଣି ବିଭାଗ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ତଦନ୍ତ ପରେ ଜରିମାନା ଆଦାୟ କରାଯିବ ବୋଲି ଖଣି ଅଧିକାରୀ କହିଛନ୍ତି। ଏମ.ସାଗରଙ୍କୁ ଧମକ  ଦିଆଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଘଟଣା ନେଇ ଖଣି ଅଧିକାରୀ ଦିପକ ଜେନାଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ, ଅଭିଯୋଗ ପାଇବା ପରେ ଯାଞ୍ଚ କରାଯାଉଛି। ଏହାର ଏକ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କୁ ଦିଆଯିବ। ଏହା ପରେ ଯାହା ନିଷ୍ପତ୍ତି ନିଆଯିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories