ବନ୍ଦେ ଉତ୍କଳ ଜନନୀରୁ  ଉତ୍କଳ ଶଦ୍ଦ ବଦଳରେ ଓଡିଶା ବ୍ୟବାହର କରିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦାବି

0

ଭୁବନେଶ୍ୱର :  ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ପାଇଁ ଦାବି ହେଉଛି । ମାତ୍ର ଏଥିରେ ଥିବା ଉତ୍କଳ ଶଦ୍ଦକୁ ହଟାଇବା ପାଇଁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦାବି କରିଛନ୍ତି ।  ପଶ୍ଚିମ ଓଡିଶାରେ କୋଶଳ ଆନ୍ଦୋଳନ ହେଉଥିବାରୁ ଏଥିରୁ ଉତ୍କଳ ଶଦ୍ଦକୁ ହଟାଇବା ପାଇଁ ସେ ଦାବି କରିଛନ୍ତି । ଲୋକଙ୍କର ଭାବାବେଗକୁ ନେଇ ସେ ଏହି ଦାବି କରୁଥିବା କଥା କହିଛନ୍ତି ।

ବନ୍ଦେ ଉତ୍କଳ ଜନନୀକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚନା କରିଥିଲେ । ୧୯୯୪ ମସିହାରୁ ବିଧାନସଭାରେ ଏହି ସଙ୍ଗୀତ ଗାନ କରାଯାଇଥିଲା  । ୨୦୦୬ ମସିହାରେ ରାଜ୍ୟ ସରକାର ଏହାର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି  ନିଆଯାଇଥିଲା । ମାତ୍ର ଏହା କାର୍ଯ୍ୟକାରୀ ହୋଇ ନାହିଁ ।

Leave A Reply