www.samajalive.in
Monday, December 8, 2025
24.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଲାଗି ବିହାର ସରକାରଙ୍କ ସୁପାରିସ

ପାଟନା : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂଙ୍କ ସହ କଥା ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଗତକାଲି ବିଧାନସଭାରେ କିଛି ବିଧାୟକ ମଧ୍ୟ ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ସେହିପରି ସୁଶାନ୍ତଙ୍କ ପିତା ମଧ୍ୟ ସିବିଆଇ ତଦନ୍ତ ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।

ଅନ୍ୟପକ୍ଷେ ଘଟଣାକୁ ୫୦ ଦିନ ପୁରିଥିଲେ ମଧ୍ୟ ପୁଲିସ ହାତ ଏବେ ବି ଖାଲି ରହିଛି। ତଦନ୍ତକୁ ନେଇ କୌଣସି ଚୁଡାନ୍ତ ନିଷ୍ପତି ନେଇ ପାରିନାହିଁ ମୁମ୍ବଇ ପୁଲିସ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ସହ କଥା ହୋଇଛି। ସେ ସିବିଆଇ ତଦନ୍ତ ଦାବି କରିଥିଲେ। ସେମାନଙ୍କ ଦାବିକୁ ଆଧାର କରି ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି।

- Advertisement -

ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବଇ ପୁଲିସ ଉପରୁ ସୁଶାନ୍ତଙ୍କ ପରିବାର ଆଶା ହରାଇଥିବା କହିଛନ୍ତି ସୁଶାନ୍ତଙ୍କ ପିତା କେ.କେ ସିଂ । ସେ କହିଛନ୍ତି ମୁମ୍ବଇ ପୁଲିସତ ତଦନ୍ତ ପ୍ରକିୟା ଉପରେ ସନ୍ଦେହ ହେବାରୁ ସେ ବିହାର ପୁଲିସ ଦ୍ବାରା ତଦନ୍ତ ପାଇଁ ପାଟଣାରେ ମାମଲା ଦାୟର କରିଥିଲେ । କିନ୍ତୁ ପାଟଣା ପୁଲିସ ତଦନ୍ତ ପାଇଁ ମୁମ୍ବଇ ଯାଇଥିଲେ ମଧ୍ୟ ସେଠାକାର ପୁଲିସ ତଦନ୍ତ ପ୍ରକ୍ରିୟାରେ ସହାୟତା କରୁନି ଏଣୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଆଡଭୋକେଟ୍ ବିକାଶ ସିଂ ଅଭିଯୋଗ କରିଛନ୍ତି ଯେ ମୁମ୍ବଇ ପୁଲିସ ତଦନ୍ତରେ ସହଯୋଗ କରୁନାହିଁ ଏବଂ ତଦନ୍ତରେ ବାଧା ସୃଷ୍ଟି କରୁଛି। ବିକାଶ ସିଂ କହିଛନ୍ତି- ମୁମ୍ବଇ ପୁଲିସ ତଦନ୍ତରେ ବାଧା ସୃଷ୍ଟି କରୁଛି। ପ୍ରଥମ ଥର ପାଇଁ ଅନୁସନ୍ଧାନକାରୀ ଅଧିକାରୀଙ୍କୁ କାମ କରିବାକୁ ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ମାନେ ଖସି ଯିବେ। ତେବେ ଘଟଣାକୁ ଦୁଇ ମାସ ପୁରିବାକୁ ଥିଲା ବେଳେ ପୋଲିସ ହାତ ଖାଲି ରହିବା ସୁଶାନ୍ତ ଙ୍କ ପ୍ରଶଂସକ ଙ୍କୁ ନିରାଶ କରୁଛି।

 

 

 

 

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories