www.samajalive.in
Tuesday, December 9, 2025
16.1 C
Bhubaneswar

ଶିକ୍ଷାରେ ଉନ୍ନତି ଚାହୁଁଥିଲେ ସୂର୍ଯ୍ୟଙ୍କୁ କରନ୍ତୁ ପୂଜା

ସୂର୍ଯ୍ୟ ସକଳ ଶକ୍ତିର ଆଧାର ଅଟନ୍ତି। ସେ ଶିକ୍ଷା ଓ ଜ୍ଞାନର ସ୍ୱାଭାବିକ ସ୍ୱାମୀ ମଧ୍ୟ ଅଟନ୍ତି। ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହଙ୍କ ସ୍ଥିତି ସର୍ବଦା ଜ୍ଞାନ ଦିଗକୁ ସୂଚାଇଥାଏ। ମନୁଷ୍ୟର ସମସ୍ତ ଶିକ୍ଷା ବିଷୟରେ ସୂର୍ଯ୍ୟଙ୍କ ଉପସ୍ଥିତିରୁ ଜଣାପଡିଥାଏ। ତାଙ୍କ ଦ୍ୱାରା ବ୍ୟକ୍ତି ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ଏବଂ ଭାଗ୍ୟରେ ଉନ୍ନତି ମଧ୍ୟ ହୋଇଥାଏ। କୁଣ୍ଡଳୀରେ ସୂର୍ଯ୍ୟଙ୍କ ଉପସ୍ଥିତି ଠିକ ନଥିଲେ ଶିକ୍ଷାରେ ଅନେକ ସମସ୍ୟା ଦେଖା ଦେଇଥାଏ।ଶିକ୍ଷା କ୍ଷେତ୍ରରେ ବାଧା ଉତ୍ପନ୍ନର କାରଣ:
ସୂର୍ଯ୍ୟୋଦୟ ପରେ ଅଧିକ ସମୟ ଧରି ଶୋଇ ରହିବା।
ଅନ୍ଧାର ଘରେ ସର୍ବଦା ରହିବା।
ବାପାଙ୍କୁ ଅସମ୍ମାନ କରିବା।
ପାଠପଢା ସମୟରେ ଶୋଇକରି ପଢିବା।
ଆବଶ୍ୟକତା ଠାରୁ ଅଧିକ ଖାଇବା।
ଏହି ସମସ୍ତ ଲକ୍ଷଣ ରହିଥିଲେ ଶିକ୍ଷା କ୍ଷେତ୍ରରେ ଅନେକ ବାଧା ଉତ୍ପନ୍ନ ହୋଇଥାଏ।ସୂର୍ଯ୍ୟଙ୍କ ଆଶୀର୍ବାଦରୁ ଶିକ୍ଷାରେ ଉନ୍ନତି:
ସକାଳ ସମୟରେ ଶିଘ୍ର ଉଠିବା।
ସଫାସୁତୁରା ରହିବା ଏବଂ ପଢା ଘରକୁ ଠିକ ଭାବେ ସଜାଡି ରଖିବା।
ସୂର୍ଯ୍ୟୋଲୋକ ସମୟରେ ଘର ମଧ୍ୟକୁ ଆଲୋକ ପ୍ରବେଶ କରିବା।
ବାପା ଓ ଅନ୍ୟ ଗୁରୁଜନମାନଙ୍କୁ ସମ୍ମାନ କରିବା।
ଏପରି ଗୁଣ ରଖିବା ଦ୍ୱାରା ସୂର୍ଯ୍ୟଙ୍କ ଆଶୀର୍ବାଦରୁ ଶିକ୍ଷାକ୍ଷେତ୍ରରେ ଉନ୍ନତି ହୋଇଥାଏ।ସୂର୍ଯ୍ୟଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ କ’ଣ କରିବା ଉଚିତ ..
ସର୍ବଦା ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ସୂର୍ଯ୍ୟ ପୂଜା କରି ସାରିବା ପରେ ହନୁମାନ ଚାଳିଶା ପାଠ କରନ୍ତୁ।
ଶିକ୍ଷା କ୍ଷେତ୍ରରେ ଅଧିକ ସମସ୍ୟା ରହିଥିଲେ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
ସର୍ବଦା ପାଠ ପଢିବା ସମୟରେ କାଠର ଚୌକିରେ ବସି ପଢନ୍ତୁ।
ବାପାଙ୍କ ପାଦ ସ୍ପର୍ଶ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories