www.samajalive.in
Thursday, December 11, 2025
13.1 C
Bhubaneswar

ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ; ସମସ୍ୟାର ସମାଧାନ ନହେଲେ ସମୂହ ଆତ୍ମାହୁତି ଦେବୁ : ସୁର ରାଉତରାୟ

ଭୁବନେଶ୍ବର : ସରକାରୀ ସେଟେଲମେଣ୍ଟ ଅଫିସରଙ୍କ ତୃଟି ଯୋଗୁଁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩ଟି ଗ୍ରାମର ସାଧାରଣଲୋକଙ୍କ ସ୍ଥିତିବାନ ଜମି ଏବେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଥିବା ଜଣାପଡ଼ିଛି। ଏହାଦ୍ବାରା ଏହି ସ୍ଥାନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ଶ୍ରୀ ରାଉତରାୟ ଗତ ଫେବୃଆରୀ ୧୧ତାରିଖରେ ମହାମହିମ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହିତ ରାଜ୍ୟପାଳଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଥିଲେ। ଯଦି ୬ମାସ ଭିତରେ ଏମସ୍ୟାର ସମାଧାନ ନହୁଏ ତେବେ ଜଟଣୀବାସୀ ଶ୍ରୀ ରାଉତରାୟଙ୍କ ନେତୃତ୍ବରେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ମଧ୍ୟ ସେ ଲିଖିତ ଆକାରରେ ରାଜ୍ୟପାଳଙ୍କୁ ଜଣାଇଥିଲେ।
ଉଲ୍ଲେଖ ଯୋଗ୍ୟ, ଜଗନ୍ନାଥ ଜମି ପରିବର୍ତ୍ତନ ଏବଂ ଦାରୁଠେଙ୍ଗ ଡ଼ମ୍ଫିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଜମିର ସତ୍ବାଧିକାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ବିଭାଗୀୟ ସଚିବଙ୍କ ସହ ଶ୍ରୀ ରାଉତରାୟଙ୍କର ଆଲୋଚନା ହୋଇଥିଲା। ଦାରୁଠେଙ୍ଗ ଡ଼ମ୍ଫିଂୟାର୍ଡ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କାର୍ୟ୍ୟକ୍ରମ ଆରମ୍ଭ କରି ସାରିଛନ୍ତି। ମାତ୍ର ଜଟଣୀରେ ପରିବର୍ତ୍ତିତ ହୋଇଯାଇଥିବା ଜଗନ୍ନାଥ ଜମିକୁ ସେମାନଙ୍କ ଅସଲ ସତ୍ବାଧିକାରୀଙ୍କୁ ଫେରାଇ ଦେବା ସମ୍ପର୍କରେ ରାଜ୍ୟ ସରକାର ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି।
ଜଟଣୀରେ ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡା, ଭଁସର, କନ୍ତିଆ, ରଥିପୁର, ଛଣଘର କୁସୁମାଟି, ଜଟଣୀ ଓ ହରିରାଜପୁର ପ୍ରଭୃତି ୨୩ଟି ଗ୍ରାମର ସାଧାରଣ ଲୋକ ଅତି ଦୁଃଖ ଓ ଯନ୍ତ୍ରଣାର ସହ କାଳ କାଟୁଛନ୍ତି। ସେମାନଙ୍କର ସାତ ପୁରୁଷର ଜମି ୨୦୧୨ମସିହାରୁ ସରକାରୀ ତୃଟି ଯୋଗଁ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ସେମାନେ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଝିଅ ବାହାଘର, ପିଲାଙ୍କ ପାଠପଢା, ବେମାର ପାଇଁ ଚିକିତ୍ସା ବା ଔଷଧ, ନୂତନ ଘର ନିର୍ମାଣର ଖଚ୍ଚ ପାଇଁ ସେମାନଙ୍କ ସ୍ଥିତିବାନ ସମ୍ପତ୍ତିକୁ ବିକ୍ରି କରି ପାରୁନାହାନ୍ତି। ଏଥିପାଇଁ ସେମାନେ ସରକାରୀ ରୁଣ, ଆବାସ ବ୍ୟବସ୍ଥା ଏବଂ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ମଧ୍ୟ ପାଇ ପାରୁନାହାନ୍ତି। ଯଦି ଆସନ୍ତା ୬ମାସ ଭିତରେ ସେମାନଙ୍କର ସମସ୍ୟାର ସମାଧାନ ନହୁଏ ତେବେ ରାଜଗବନ ସମ୍ମୁଖରେ ସେମାନେ ସୁର ରାଉତରାୟଙ୍କ ସହ ସମୂହ ଆତ୍ମାହୁତି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories