ସୁରଟରେ ଶ୍ରମିକ ଓ ମ୍ୟାନେଜର ଭାବେ କାମ କରୁଥିବା ଓଡିଆ ନିଜ ରାଜ୍ୟରେ ମାଲିକ ହୁଅନ୍ତୁ-ଧର୍ମେନ୍ଦ୍ର ପ୍ରଧାନ

0

ସୁରଟ/ଭୁବନେଶ୍ୱର : ସୁରଟର ଟେକ୍ସଟଟାଇଲ ଉଦ୍ୟୋଗରେ ଓଡିଆ ଲୋକଙ୍କର ପ୍ରମୁଖ ଭୂମିକା ରହିଛି। ଏହି ଉଦ୍ୟୋଗ କ୍ଷେତ୍ର ମଧ୍ୟରେ ଭାରବର୍ଷରେ ସୁରଟ ବହୁତ ବଡ କେନ୍ଦ୍ର। ଓଡିଆ ଲୋକମାନେ ଏଠାରେ ଶ୍ରମିକ ଓ ମ୍ୟାନଜର ଭାବେ କାମ କରୁଛନ୍ତି। ସେମାନେ ନିଜ ରାଜ୍ୟକୁ ଯାଇ ମାଲିକ ଭାବେ କାମ କରନ୍ତୁ ଏହା ଆମର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରବିବାର ସୁରଟରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ଭାରଇନଭେଷ୍ଟରମିଟ୍‍ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ଯୁବକ ମାନଙ୍କୁ ନିଯୁକ୍ତି ମିଳୁ। ଓଡିଆ ଲୋକମାନେ ନିଜ ଗୋଡରେ ଛିଡା ହୁଅନ୍ତୁ ଏଥିପାଇଁ ଏହି ଇନଭେଷ୍ଟର ମିଟର ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାରାଦୀପ ତୈଳ ବିଶୋଧନାଗାରରୁ ପଲିମର ଉତ୍ପାଦିତ ହେଉଛି। ପ୍ଲାଷ୍ଟିକ ଓ ଟେକ୍ସଟଟାଇଲ ଶିଳ୍ପ ପାଇଁ ଏହା କଂଚାମାଲ ଭାବେ ବ୍ୟବହୃତ ହୋଇ ଓଡିଶାରେ ଶିଳ୍ପ ସହ ଓଡିଆ ଲୋକଙ୍କୁ ଉଦ୍ୟମୀ କରିବାରେ ସହାୟକ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସୁରଟ ଟେକ୍ସଟଟାଇଲ କ୍ଷେତ୍ରରେ ଦେଶର ସବୁଠାରୁ ପ୍ରଗତୀଶୀଳ କେନ୍ଦ୍ର। ସେଥିପାଇଁ ଆଇଓସି ପକ୍ଷରୁ ଏହି ରୋଡ ସୋ ଏଠାରେ କରାଯାଇଛି।

କେବଳ ଟେକ୍ସଟଟାଇଲ ନୁହେଁ ଅନେକ ଗୁଡିକ ଇଣ୍ଡଷ୍ଟ୍ରି ଏଠାରେ କାମ କରୁଛନ୍ତି। ଏମାନଙ୍କ ଅନୁଭବର ଫାଇଦା ଓଡିଶାକୁ ମିଳୁ। ଏଠାରେ କାମ କରୁଥିବା ଇଣ୍ଡଷ୍ଟ୍ରି ମାନଙ୍କରେ ଓଡିଆ ମାନଙ୍କର ବହୁତ ଅବଦାନ ରହିଛି। ଓଡିଶାରେ ଡାଇନଷ୍ଟ୍ରିମ ଉଦ୍ୟୋଗ ଗୁଡିକର ବିକାଶ କିପରି ହେବ ସେଥିପାଇଁ ଏହି ରୋଡ ସୋ ଆୟୋଜନ କରାଯାଇଛି। ଏହାକୁ ସମସ୍ତ ପ୍ରକାର ସହଯୋଗ ଯୋଗେଇ ଦେଇଥିବା ହେତୁ ଗୁଜୁରାଟ ସରକାର ଓ ସ୍ଥାନୀୟ ଚାମ୍ବର୍ସ ଅଫ କମର୍ସକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନରର ଉତତରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାର ଅର୍ଥନୀତି ଠିକ୍‍ ରହୁ। ରାଜ୍ୟର ଯୁବପୀଢି ରୋଜଗାରକ୍ଷମ ହେଉ। ଓଡିଆ ଲୋକମାନେ ନିଜ ଗୋଡରେ ଛିଡା ହୁଅନ୍ତୁ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ୱ। ରାଜ୍ୟ ସରକାର ସହଯୋଗୀ ଭୂମିକା ନେବେ ଏହା ତାଙ୍କଠାରୁ ଆଶା। କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱ ପୂରଣ କରୁଛନ୍ତି ରାଜ୍ୟ ସରକାର ସହଯୋଗୀ ହେବ ବୋଲି ସେ ଆଶାପ୍ରକଟ କରିଥିବା ପ୍ରକାଶ କରିଛନ୍ତି।

Leave A Reply