www.samajalive.in
Monday, December 8, 2025
16.1 C
Bhubaneswar

ଅନିଲ ଅମ୍ବାନୀଙ୍କୁ ସୁପ୍ରିମ୍ ଝଟକା, ହାତରୁ ଚାଲିଗଲା ୮ ହଜାର କୋଟି

ନୂଆଦିଲ୍ଲୀ: ଏସିଆର ସବୁଠୁ ବଡ ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗିଥିଲା କିନ୍ତୁ ଏହି ସମୟରେ ସୁପ୍ରିମକୋର୍ଟରୁ ତାଙ୍କୁ ବଡ ଝଟକା ଲାଗିଛି । ଅନିଲ ଅମ୍ବାନୀଙ୍କ  କମ୍ପାନୀକୁ ଡିଏମଆରସି ମାମଲାରେ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି । କୋର୍ଟ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ମେଟ୍ରୋ ୟୁନିଟ୍ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ୍ ପ୍ରାଇଭେଟ୍ ଲିମିଟେଡକୁ ଦିଲ୍ଲୀ ମେଟ୍ରୋର ଜମା ରାଶିକୁ ଫେରାଇବାକୁ କହିଛନ୍ତି । କୋର୍ଟ ଡିଏମଆରସି ତରଫରୁ ଦିଆଯାଇଥିବା ସମ୍ପୂର୍ଣ୍ଣ ରାଶିକୁ ଫେରାଇବାକୁ କହିଛନ୍ତି । ଏହି ଖବର ଆସିବା ପରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରର ସେୟାର ବହୁତ ଖସିଆସିଛି ।

ଅମ୍ବାନୀ ଆଦାନୀଙ୍କୁ ପଛରେ ପକାଇଲେ ମାର୍କ ଜୁକରବର୍ଗ

- Advertisement -

ସୁପ୍ରିମକୋର୍ଟ ଡିଏମଆରସି ତରଫରୁ ଦାଖଲ କ୍ୟୁରେଟିଭ୍ ଯାଚିକାକୁ ମଞ୍ଜୁର କରି କରଜରେ ବୁଡିଥିବା ଅନିଲ ଅମ୍ବାନୀଙ୍କୁ ଏକ ଶକ୍ତ ଝଟକା ଦେଇଛନ୍ତି । ୧୨ ବର୍ଷ ପୁରୁଣା ମାମଲାରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ରିଲାଏନ୍ସର ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସକୁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ତରଫରୁ ଜମା କରାଯାଇଥିବା ରାଶିକୁ ଫେରାଇବାକୁ କହିଛନ୍ତି । କହିରଖୁଛୁ ଏହି ମାମଲା ୨୦୧୨ରେ ଆରମ୍ଭ ହୋଇଥିଲା ଯେବେ ଦିଲ୍ଲୀ ଏୟାରପୋର୍ଟ ଡିଏମଆରସିର ତ୍ରୁଟି ଦେଖାଇ ଚୁକ୍ତି ଭାଙ୍ଗି ଦେଇଥିଲା । ଏହା ପରେ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories