www.samajalive.in
Friday, December 5, 2025
26.1 C
Bhubaneswar

ଦୁର୍ଗମ ଅଞ୍ଚଳର ବ୍ଲଡ ବ୍ୟାଙ୍କକୁ ରକ୍ତଯୋଗାଣ ପାଇଁ ସହଯୋଗ-ସିଜିମାଲିରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ସିଜିମାଲି : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ରାୟଗଡ଼ା ଜିଲ୍ଳାର ସିଜିମାଲି ଅଞ୍ଚଳରେ ଏକ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ଲଡ ବ୍ୟାଙ୍କରେ ରକ୍ତ ଉପଲବ୍ଧତା ସହିତ ସ୍ଥାନୀୟ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ କରିଛି ।

ଏହି ଶିବିରଟି ଥୁଆମୂଳ ରାମପୁରର ମେଡିକାଲ ଅଫିସରଙ୍କ ସହିତ ଥୁଆମୂଳ ରାମପୁରର ବିଡିଓ ଶ୍ରୀ ଧୂରୁଭ ଚରଣ ମୁଣ୍ଡୁଳିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏଥିରେ ଭାରତୀୟ ରେଳବାଇ, ଓଡ଼ିଶା ଅଗ୍ନିଶମ ବିଭାଗର ପ୍ରତିନିଧି, ବେଦାନ୍ତ ଆଲୁମିନିୟମର କର୍ମଚାରୀ, ସ୍ଥାନୀୟ ସ୍ୱେଛାସେବୀ ଓ ଗୋଷ୍ଠୀ ମାନେ ଉତ୍ସାହର ସହ ଯୋଗ ଦେଇଥିଲେ । ଏହି ଶିବିରରେ ୩୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା ଓ ତାହାକୁ ଭବାନୀପାଟଣା ବ୍ଲଡ ବ୍ୟାଙ୍କକୁ ଦାନ କରାଯାଇଥିଲା ।

- Advertisement -

ଦୁର୍ଗମ ଅଞ୍ଚଳରେ ଥିବା ବ୍ଲଡ ବ୍ୟାଙ୍କ ଗୁଡ଼ିକରେ ଜରୁରୀ ପରିସ୍ଥିତି ଲାଗି ପର‌୍ୟ୍ୟାପ୍ତ ପରିମାଣର ରକ୍ତ ଯୋଗାଣକୁ ଗୁରୁତ୍ୱ ଦେବା ଲାଗି ଏଭଳି କାର‌୍ୟ୍ୟକ୍ରମର ଆବଶ୍ୟକତା ରହିଛି । ବେଦାନ୍ତ ଆଲୁମିନିୟମ ଏହି ଅଭିଯାନ ଜରିଆରେ ସ୍ୱାସ୍ଥ୍ୟସେବାକୁ ଯଥେଷ୍ଟ ବୃଦ୍ଧି କରୁଛି ଓ ସ୍ଥାନୀୟ ପ୍ରଶାସନକୁ ସମର୍ଥନ ଜାରି ରଖିଛି ।

ଏହି ଶିବିର ସଂକ୍ରାନ୍ତରେ ବିଡିଓ ଶ୍ରୀ ଧୂରୁଭ ଚରଣ ମୁଣ୍ଡୁଳି କହିଛନ୍ତି ଯେ ରକ୍ତ ଦାନ ଏକ ମହତ ଦାନ ଯାହା ଜୀବନ ରକ୍ଷା ଲାଗି ଜରୁରୀ । ଜରୁରୀକାଳୀନ ପରିସ୍ଥିତିରେ ବ୍ଲଡ୍‍ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବା ଲାଗି ଏହିପରି ରକ୍ତଦାନ ଶିବିର ଆୟୋଜନ କରିବା ଆବଶ୍ୟକ । ଏଥିପାଇଁ ବେଦାନ୍ତର ପ୍ରୟାସକୁ ମୁଁ ପ୍ରଶଂସା କରୁଛି ।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଗ୍ରାମୀଣ ଭତିଭୂମି, ଗ୍ରାମାଞ୍ଚଳ କ୍ରୀଡ଼ା ଓ ସଂସ୍କୃତିରେ ରଣନୀତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଛି । ଲୋକମାନଙ୍କ ଘର ପାଖରେ କମ୍ପାନୀ ସ୍ୱାସ୍ଥ୍ୟ ସେବା ଯୋଗାଉଛି । କାର‌୍ୟ୍ୟକ୍ଷେତ୍ର ଓ ଏହା ବାହାରେ କଂପାନି ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା ସହ ଓଡ଼ିଶାର ସାମାଜିକ ଅର୍ଥନୈତକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ବେଦାନ୍ତ ଆଲୁମିନିୟମ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଏବଂ ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ । ଗତବର୍ଷ କମ୍ପାନୀ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ବୃହତ୍‍ ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଣ୍ଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ରାଙ୍କ୍‍ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଣ୍ଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।.

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories