www.samajalive.in
Thursday, December 11, 2025
14.1 C
Bhubaneswar

ମହଙ୍ଗା ହେବ ମୋବାଇଲ ପ୍ଲାନ୍‌

ନୂଆଦିଲ୍ଲୀ : ଆଗକୁ ମହଙ୍ଗା ହେବ ମୋବାଇଲ ସେବା । ଏ ନେଇ ପ୍ରସ୍ତୁତ ରହିବାକୁ ହେବ । କାରଣ ଉପଭୋକ୍ତାଙ୍କୁ ଶସ୍ତା ​ ମୋବାଇଲ ଡାଟା ଆଉ କଲ୍‌ ମିଳିବା ସମ୍ଭାବନା କମ୍‌ । ଆସନ୍ତା ୬ ମାସରେ ବଢ଼ିବ ମୋବାଇଲ ପ୍ଲାନ୍‌ ଦର । ଏ ନେଇ ଆଜି ସୂଚନା ଦେଇଛନ୍ତି ଭାରତୀୟ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ ।

ଖୁବ୍‌ କମ୍‌ ମୂଲ୍ୟରେ ଡାଟା ଯୋଗାଇବା ଦ୍ବାରା ଟେଲିକମ୍‌ ଶିଳ୍ପ ବଞ୍ଚିପାରିବ ନାହିଁ । ଗୋଟିଏ ମାସରେ ମାତ୍ର ୧୬୦ ଟଙ୍କାରେ ୧୬ ଜିବି ଡାଟା ଉପଯୋଗ କରିବା ଏକ ଦୁଃଖର କଥା । ଏହି ମୂଲ୍ୟରେ ମାସରେ ୧.୬ ଜିବି ଡାଟା ଉପଯୋଗ କରନ୍ତୁ କିମ୍ବା ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଶ୍ରୀ ମିତ୍ତଲ କହିଛନ୍ତି । ଆମେ ଆ​ମେରିକା ଏବଂ ୟୁରୋପ ଭଳି ଉପଭୋକ୍ତାଙ୍କଠାରୁ ୫୦-୬୦ ଡଲାର ନେବାକୁ ଚାହୁଁନାହୁଁ କିନ୍ତୁ ଏକ ମାସରେ ୧୬ ଜିବି ଡାଟା ପାଇଁ ୨ ଡଲାର ଅର୍ଥ ଚଳନୀୟ ନୁହେଁ ବେ‌ାଲି ସେ କହିଛନ୍ତି । ଆସନ୍ତା ୬ ମାସରେ ପ୍ରତି ବ୍ୟବହାରକାରୀଙ୍କ ପିଛା ହାରାହାରି ରାଜସ୍ବ (ଏଆର୍‌ପିୟୁ) ୨୦୦ ଟଙ୍କା ପଡିଥାଏ । ଗୋଟିଏ ଟେଲିକମ୍‌ କମ୍ପାନୀ ପାଇଁ ଏଆର୍‌ପିୟୁ ହେଉଛି ପ୍ରମୁଖ ରାଜସ୍ବ ସଂଗ୍ରହ ବ୍ୟବସ୍ଥା । ପର୍ଯ୍ୟାପ୍ତ ଡାଟା ସତ୍ତ୍ବେ ବର୍ତ୍ତମାନ ଗ୍ରାହକ ୧୦୦ ଟଙ୍କା ଦେଉଥିବାବେଳେ ଆମକୁ ୩୦୦ ଟଙ୍କାର ଏଆର୍‌ପିୟୁ ଆବଶ୍ୟକ । ଯଦି ଉପଭୋକ୍ତା ଟିଭି, ଫିଲ୍ମ, ମ​‌ନୋରଞ୍ଜନ ଏବଂ ଅନ୍ୟ ସ୍ବତନ୍ତ୍ର ସେବା ନେଟୱର୍କ ଉପଭୋଗ କରୁଛନ୍ତି ତେବେ ଅଧିକ ଅର୍ଥ ଦେବାକୁ ହେବ ​‌ବୋଲି ଏକ ପୁସ୍ତକ ଉନ୍ମାଚନ ଅବସରରେ ଶ୍ରୀ ମିତ୍ତଲ କହିଛନ୍ତି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories